Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୮ ବର୍ଷର ପିଲାକୁ କାମୁଡ଼ିବା ପରେ ବିଷାକ୍ତ ସାପଟି ମରିଗଲା, ଠିକ୍ ୨ ଘଣ୍ଟା ପରେ ପିଲାର ମୃତ୍ୟୁ…

5/09/2019 at 9:03 PM

ଉଙ୍ଗରାବାଦଶାହ ୫|୯: ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିଷାକ୍ତ ସାପ କାମୁଡ଼ାରେ ପରେ ସାପଟି ମରି ଯାଇଥିଲା। ଏହାପରେ ଛୋଟ ପିଲାର ମୃତ୍ୟୁ ହୋଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ପିଲାଟକୁ ସାପ କାମୁଡ଼ିବା ପରେ ସାପଟି ମରି ଯାଇଥିଲା।
 

ସୂଚନାଯୋଗ୍ୟ ଯେ, ଉଙ୍ଗରାବାଦଶାହ ଥାନା ଅଞ୍ଚଳର ବଡଗାଓ୍ବା ଗାଁରେ ଏହିଭଳି ଘଟଣା ଘଟିଥିଲା। ଛୋଟ ପିଲାଟିକୁ ସାପ କାମୁଡିବାର ଦୁଇ ଘଣ୍ଟା ପରେ ସାପଟି ମରି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପିଲାର ମୃତ୍ୟୁ ହୋଇଯାଇଥିଲା।

କମଳେଶ ମୌରିଆଙ୍କ ୮ ବର୍ଷର ପୁଅ ଅନ୍‌ଶ ମୌରିୟା ଖେଳିବା ପାଇଁ ବାହାରକୁ ଯାଇଥିଲେ। ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା ।ଏହା ପରେ ପିଲାକୁ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ପିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା କିନ୍ତୁ ଠିକ୍‌ ୨ ପୂର୍ବରୁ ସାପଟି ମରି ଯାଇଥିଲା। ​‌କାମୁଡିବା ପରେ ହଠାତ୍‌ ସାପଟି କାହିଁକି ମରିଗଲା ଏପର୍ଯ୍ୟନ୍ତ ଗାଁ ଲୋକେ ଜାଣିପାରୁ ନାହାନ୍ତି।

   Related Posts