Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକ୍‌ଡାଉନ୍‌ରେ ଚାଲିଥିଲା ଦେଶୀ ମଦ କାରବାର: ଗାଁ ଲୋକଙ୍କ ସହଯୋଗରେ ଧରିଲା ଅବକାରୀ ବିଭାଗ

13/05/2020 at 5:22 PM

ଆନନ୍ଦପୁର୧୩/୪:  ଲକ୍‌ଡାଉନ୍‌ରେ ଚାଲିଛି ବେଧଡକ ଚୋରା ମଦ କାରବାର। ଲକ୍‌ଡାଉନ୍‌ର ସୁଯୋଗ ନେଇ  ଜଙ୍ଗଲରେ ଚାଲିଛି ଦେଶୀ ମଦ ପ୍ରସ୍ତୁତି। ଗ୍ରାମବାସୀ ଏବଂ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏହି ଦେଶୀ ମଦ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି।

 ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ କରଞ୍ଜବାଟି ଗାଁ ନିକଟ ଜଙ୍ଗଲରେ ସ୍ଥାନୀୟ କେତେକ ମଦ ମାଫିଆ ଚୋରା ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରୟ  କାରବାର ଚଳାଇଥିଲେ। ଗ୍ରାମବାସୀ ମାନେ ଏ ସମ୍ପର୍କରେ ଜାଣିବାପରେ ଆନନ୍ଦପୁର ଅବକାରୀ ବିଭାଗରକୁ ଖବର କରିଥିଲେ।

ବୁଧବାର ମଧ୍ୟାହ୍ନରେ ଅବକାରୀ ବିଭାଗରର ଟିମ୍ ପହଁଞ୍ଚିବା ପରେ ଗ୍ରାମବାସୀମାନେ ମିଳିତ ହୋଇ ଜଙ୍ଗଲରେ ଚାଲିଥିବା ମଦ ଆଡ୍ଡା ଉପରେ ଚଢାଉ କରିଥିଲେ। ଏହି ସମୟରେ ମଦ ମାଫିଆମାନେ ଲୋକଙ୍କୁ ଦେଖି  ଦୌଡି ପଳାଇ ଥିଲେ। ହେଲେ ସେଠାରେ ଥିବା ପାଖାପାଖି ୫ କୁଇଣ୍ଟାଲ ପୋଚ,  ୨ ଶହ ଲିଟର ମଦକୁ ନଷ୍ଟ କରି ଦେଇଥିଲେ ଗ୍ରାମବାସୀମାନେ।ଏହାସହ ମଦ ପ୍ରସ୍ତୁତି ସରଞ୍ଜାମ ସବୁକୁ ଜବତ କରିଥିଲା ଅବକାରୀ ବିଭାଗ।

   Related Posts