ଲକଡାଉନ୍କୁ ବେଖାତିର: ଯାତ୍ରୀବାହୀ ଅଟୋରେ ଚାଲିଛି ଚୋରା ମଦ କାରବାର
9/06/2020 at 11:29 AM

ଭଦ୍ରକ୯/୬: କରୋନାର କଟକଣା ଭିତରେ ମଦ ବେପାର। ପ୍ରଶାସନିକ କୋହଳ ସମୟସୀମାର ଫାଇଦା ନେଉଛନ୍ତି ଚୋରା ମଦ ବେପାରୀ। ଏମିତି ଏକ ଘଟଣାରେ ଅବକାରୀ ବିଭାଗ ହାତରେ ଲାଗିଛି ଏକ ଦେଶୀ ମଦ ବୋଝେଇ ଯାତ୍ରୀବାହୀ ଅଟୋ। ଯେଉଁ ଅଟୋରେ ଜିଲ୍ଲାପ୍ରଶାସନ ତରଫରୁ ଯାତ୍ରୀ ପରିବହନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଓ ରେଟ୍ ଚାଟ ମଧ୍ୟ ଲାଗିଛି । ସୂଚନାଅନୁଯାୟୀ ଏହି ଯାତ୍ରୀବାହୀ ଅଟୋ ଭଦ୍ରକ ସହରର ଚରମ୍ପା ଆଡୁ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଅଞ୍ଚଳକୁ ଯାଉଥିବା ବେଳେ ଭଦ୍ରକ ଅବକାରୀ ବିଭାଗ ଧରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଡାହାଣୀଗଢିଆ ଛକ ନିକଟ ରେ ଯାତ୍ରୀବାହୀ ଅଟୋ କୁ ଅଟକାଇଥିବା ବେଳ ସେଥିରେ ୨୦୦ ଲିଟରରୁ ଅଧିକ ଦେଶୀ ମଦକୁ ୪ ଗୋଟି ବସ୍ତାରେ ପ୍ୟାକିଂ କରି ନିଆଯାଉଥିଲା। ଅଟୋର ଚାଳକ ସୁଦାମ ମଳିକକୁ ଅଟକ ରଖିଛି ଅବକାରୀ ବିଭାଗ ।
Related Posts
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021