ପାଟଣା: ସ୍କୁଲ-କଲେଜ ବୁଲି କରୋନା କଟକଣାର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ

Published By : Prameya-News7 Bureau | January 10, 2021 IST

ପାଟଣା୧୦/୧: ଦୀର୍ଘ ୯ ମାସ ପରେ ଖୋଲିଛି ସ୍କୁଲ। ଏ ନେଇ ସରକାରଙ୍କ ପକ୍ଷରୁ ଏସଓପି ଜାରି ହୋଇଛି। ସ୍କୁଲ ମାନଙ୍କରେ ଶିକ୍ଷକ-ଶିକ୍ଷୟତ୍ରୀମାନେ ସଠିକ ଭାବରେ  ସ୍ବଚ୍ଛତା ସହ ମାସ୍କ  ଏବଂ ସାମାଜିକ ଦୂରତା ରଖି ସ୍କୁଲ ଖୋଲାଯିବା ପାଇଁ ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ସ୍କୁଲରେ ଏହା ସଠିକ ଭାବେ ପାଳନ କରାଯାଉଛି କି ନାହିଁ, ଏହାର ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ବୃନ୍ଦାବନ ବେହେରା କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଜିଏନ୍ ହାଇସ୍କୁଲ, ବାଳିକା ହାଇସ୍କୁଲ ସମେତ ଆଞ୍ଚଳିକ ମହାବିଦ୍ୟାଳୟ, ଟାଙ୍ଗରପଡା ଉଚ୍ଚ ବିଦ୍ୟାଳୟ ଓ କେନ୍ଦେଇପଶି ଆଦି ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ, ବିଜ୍ଞାନ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାନ୍ତ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାତ ସିଆରସି ଓ ସି ପ୍ରମୋଦ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.