ପରୀ ମୃତ୍ୟୁ ମାମଲା: ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍ଆଇଟି
21/12/2020 at 8:13 PM

ଭୁବନେଶ୍ବର୨୧/୧୨: ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍ଆଇଟି। ୪ ଦିନିଆ ରିମାଣ୍ଡ ପାଇଁ ନୟାଗଡ଼ ପୋକ୍ସୋ କୋର୍ଟରେ ଆବେଦନା କରିଥିଲା ଏସଆଇଟି। କିନ୍ତୁ କୋର୍ଟ ରିମାଣ୍ଡ ପାଇଁ ୩ ଦିନ ଅନୁମତି ଦେଇଛନ୍ତି। ଅନ୍ୟପଟେ ଏସ୍ଆଇଟି କୋର୍ଟରେ ଅଭିଯୁକ୍ତର ପ୍ରମାଣପତ୍ର ଦାଖଲ କରିଛି। ଅଭିଯୁକ୍ତ ବୟସ ୧୮ ବର୍ଷ, ସେ ନାବାଳକ ନୁହେଁ ସାବାଳକ ବୋଲି ଏସଆଇଟି ସ୍ପଷ୍ଟ କରିଛି।
ଅଭିଯୁକ୍ତ ସାବଳକ ବୋଲି କ୍ରାଇମବ୍ରାଞ୍ଚ ଏସ୍ଆଇଟିର ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ, ଦୀର୍ଘଦିନ ଧରି ପରୀ ମୃତ୍ୟୁ ମାମଲାର ଅଡ଼ୁଆ ସୂତାର ଖିଅ ଗଣ୍ଠି ପଡିଥିଲା। ଶେଷରେ ଏସ୍ଆଇଟିର ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଗଠିତ ହୋଇଥିବା ଏସଆଇଟି ଟିମ୍ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛି।
Related Posts
ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
23 January 2021
ପୁରୀ ଜିଲ୍ଲାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
23 January 2021