କିଛି ଦିନରେ ସୃଷ୍ଟି ହୋଇ ନାହିଁ କରୋନା, ଲକ୍ଷାଧିକ ବର୍ଷରୁ ଚାଲି ଆସିଛି ବାଦୁଡି ଓ ଏହି ଭାଇରସ୍‌ର ବିକାଶ ପ୍ରକ୍ରିୟା

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: ସଂପ୍ରତି ବିଶ୍ଵବ୍ୟାପୀ କରୋନା ଭାଇରସ୍ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଲକ୍ଷାଧିକ ଲୋକଙ୍କ ପ୍ରାଣ ଗଲାଣି। ଏହି ଭାଇରସ୍‌ ସାମ୍ନାରେ ଦୁନିଆର ବଡ ବଡ ଶକ୍ତି ଆଣ୍ଠେଇ ପଡିଛନ୍ତି। କରୋନା ଟୀକା ବା ଭ୍ୟାକସିନକୁ ନେଇ ଗବେଷଣା ଜାରି ରହିଛି। ଏହି କ୍ରମରେ  ବାଦୁଡି ଓ ଭାଇରସ୍‌ ଉପରେ କରାଯାଇଥିବା ଏକ ଅଧ୍ୟୟନ ସାମ୍ନାକୁ ଆସିଛି। ଅଧ୍ୟୟନ ଅନୁଯାୟୀ ବାଦୁଡିଙ୍କ ବିଭିନ୍ନ ଗୋଷ୍ଠୀରେ ଭିନ୍ନ ଭିନ୍ନ ପ୍ରକାରର ଭାଇରସ୍‌ ରହିଥାଏ। କରୋନା ଭାଇରସ୍‌ ବିଷାଣୁର ସେହି ପ୍ରଜାତି, ଯେଉଁଥିରେ କୋଭିଡ୍-୧୯ ରୋଗ ରହିଥାଏ। ଅଧ୍ୟୟନରୁ କୁହାଯାଇଛି ଯେ, କରୋନା ଭାଇରସ୍ ନିକଟରେ ଉତ୍ପନ ହୋ ନାହିଁ ବରଂ ଲକ୍ଷାଧିକ  ବର୍ଷରୁ ବାଦୁଡି ଓ କରୋନା ଭାଇରସ୍‌ର ବିକଶିତ ପ୍ରକ୍ରିୟା ଏକ ସଙ୍ଗେ ଚାଲି ଆସିଛି।

ଗବେଷଣାତ୍ମକ ପତ୍ରିକା ସାଇଁଟିଫିକ୍ ରିପୋର୍ଟରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ବାଦୁଡି ଆଉ ଏକ ଫୁଲର ପରାଗଣରେ ସହାୟତା କରିଥାଏ, ରୋଗ ପ୍ରସାର କରୁଥିବା କୀଟକୁ ଖାଇଥାଏ ଓ ଉଷ୍ଣ ମଣ୍ଡଳ ସମ୍ବନ୍ଧୀୟ ଜଙ୍ଗଲରେ ଗଛର ମୋଞ୍ଜିକୁ ପ୍ରସାର କରିଥାଏ ଅନ୍ୟପଟେ ସେମାନେ ପ୍ରାକୃତିକ ଭାବେ କରୋନା ଭାଇରସ୍‌ର ବାହକ ମଧ୍ୟ ଅଟନ୍ତି।

{"id":259362,"sizeSlug":"large"}

ଭାଇରସ୍‌ର ଏହି ବିବିଧରତାପୂର୍ଣ୍ଣ ପ୍ରଜାତିକୁ ବୁଝିବା ପାଇଁ ବୈଜ୍ଞାନିକ ପଶ୍ଚିମ ଭାରତ ମହାସାଗର ଓ ଆଫ୍ରିକାର ଆଖପାଖରେ ମିଳୁଥିବା ୩୬ ପ୍ରକାର ବାଦୁଡିରେ ରହୁଥିବା କରୋନା ଭାଇରସ୍‌ ଉପରେ ତୂଳନାତ୍ମକ ଅଧ୍ୟୟନ କରିଥିଲେ। ଅଧ୍ୟୟନ କରିଥିବା ବୈଜ୍ଞାନିକଙ୍କ ମଧ୍ୟରୁ ଜଣେ ଷ୍ଟିଭ୍ ଗୁଡମ୍ୟାନ୍ କହିଛନ୍ତି ଏହି ଗବେଷଣାରୁ ଆମେ ଜାଣିବାକୁ ପାଇଲୁ ଯେ, ବାଦୁଡି ଓ କରୋନା ଭାଇରସ୍‌ର ବିକାଶ କ୍ରମର ଲମ୍ବା ଇତିହାସ ରହିଛି।

ଚିକାଗୋ ଫିଲ୍ଡ ସଂଗ୍ରହାଳୟର ବୈଜ୍ଞାନବିକ ଗୁଡମ୍ୟାନ୍ କହିଛନ୍ତି କରୋନା ଭାଇରସ୍‌ ବିକାଶ କ୍ରମର ଅଧ୍ୟୟନ କଲେ ଆମକୁ ଭବିଷ୍ୟତରେ ଜନ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ କରିବାରେ ସହାୟତା ମିଳିବ। ଗବେଷକଙ୍କ ଅନୁସାରେ ଯେତେ ପ୍ରକାରର କରୋନା ଭାଇରସ୍‌ ରହିଛି ସେହି ପ୍ରକାରର ବାଦୁଡି ମଧ୍ୟ ଅଛନ୍ତି। ସେଥିରୁ ମାନବଙ୍କୁ ବିପଦ ଏବଂ ସଂକ୍ରମିତ ହେବାର କୌଣସି ସୂଚନା ମିଳେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.