Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ସଟଡାଉନ୍ ଅବଧି ବଢ଼ିବ ନାହିଁ: କିନ୍ତୁ ରାତି ୮ଟା ପରେ ଦୋକାନ- ବଜାରରେ ଭିଡ ନ କରିବାକୁ ସତର୍କ କଲେ ସରକାର, ନ ମାନିଲେ ଆହୁରି କଡ଼ା କଟକଣା

5/04/2020 at 12:25 PM

ଭୁବନେଶ୍ବର୫/୪: ଭୁବନେଶ୍ବର, କଟକ ଓ ଭଦ୍ରକ ସମେତ କିଛି ଅଞ୍ଚଳରେ ଜାରି ରହିଥିବା ୪୮ ଘଣ୍ଟିଆ ସଟଡାଉନ୍ ଅବଧି ବଢ଼ିବ ନାହିଁ। ଆଜି ରାତି ୮ଟାରେ ଏହି ସ୍ବତନ୍ତ୍ର କଟକଣା ସମୟ ପୂରିବ। କିନ୍ତୁ ତା ପରେ ବଜାରରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। କିନ୍ତୁ ସେଠାରେ ଭିଡ ନ କରିବାକୁ ସତର୍କ କରିଛନ୍ତି ରାଜ୍ୟ ସରକାର। ଯଦି ଲକଡାଉନ୍ ନିୟମ ଉଲଂଘନ କରି ସେସବୁୁ ସ୍ଥାନରେ ସାମାଜିକ ଦୂରତ୍ବ ନିୟମକୁ ଅବଜ୍ଞା କରାଯାଏ। ତେବେ ସଟଡାଉନ୍ ଏବଂ ଲକଡାଉନ ଠାରୁ ଆହୁରି କଡ଼ା ନିୟମ କରିବାକୁ ସରକାର ବାଧ୍ୟ ହେବେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସର୍ବସାଧାରଣଙ୍କୁ ଏହିପରି ଚେତାବନୀ ଦେଇଛନ୍ତି।

ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଏହି ସତର୍କତା ସହ ରଖିଛନ୍ତି ୪୮ ଘଣ୍ଟିଆ ସଟଡାଉନ୍ ଏବଂ ଜାରି ରହିଥିବା ଲକଡାଉନର କିଛି ତଥ୍ୟ। ସେ କହିଛନ୍ତି, ରାଜ୍ୟରେ କୌଣସି କରୋନା ହଟସ୍ପଟ ଏବେ ସୁଦ୍ଧା ନାହିଁ। ରାଜ୍ୟରେ ବା ସଟଡାଉନ୍ ହୋଇଥିବା ସ୍ଥାନରେ ସମାଜିକ ସଂକ୍ରମଣ ବା କମ୍ୟୁନିଟି ଟ୍ରାନ୍ସମିସନର ପ୍ରମାଣ ମଧ୍ୟ ମିଳି ନାହିଁ। ୪୮ ଘଣ୍ଟିଆ ସଟଡାଉନ୍ ଯୋଗୁଁ କରୋନା ସଂକ୍ରମଣର ନିୟନ୍ତ୍ରଣ ସଫଳ ହୋଇଛି। ସେଥିଲାଗି ପୋଲିସ୍, ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଜରୁରୀ ସେବାରେ ଥିବା ସମସ୍ତ ସଦସ୍ୟ ଓ ସାଧାରଣ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି।

   Related Posts