ଆଜି ସରୁଛି ୩ଜିଲ୍ଲାର ସଟ୍‌ଡାଉନ୍ ଅବଧି, ଗୁରୁବାର ରାତିରୁ ୬୦ ଘଣ୍ଟିଆ ସଟଡାଉନ୍ ଘୋଷଣା ହୋଇଥିଲା

Published By : Prameya-News7 Bureau | April 26, 2020 IST

ଭୁବନେଶ୍ୱର ୨୬।୦୪: ଆଜି ୩ ଜିଲ୍ଲାରୁ ଉଠିବ ସଟ୍ ଡାଉନ । ଭଦ୍ରକ,ଯାଜପୁର ଏବଂ ବାଲେଶ୍ବର ଜିଲ୍ଲାରୁ ଆଜି ୧୦ଟାରେ ଉଠିବ ସଟଡାଉନ୍  । ଏହି ୩ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବଂ ସେମାନଙ୍କର ପଶ୍ଚିମବଙ୍ଗ ଲିଙ୍କ୍  ବାହାରିବା ପରେ ରାଜ୍ୟ ସରକାର ଗୁରୁବାର ରାତିରେ ୬୦ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଥିଲେ । ୬୦ ଘଣ୍ଟିଆ ସଟ୍ ଡାଉନ୍  ଅବଧି ଆଜି ଦିନ ୧୦ଟାରେ ସରୁଛି । ତେଣୁ ଆଜି ସଟ୍ ଡାଉନ୍  ଖୋଲିବାର ସମ୍ଭାବନା ରହିଛି । 

ସେପଟେ ଆଜି ସଟଡାଉନ୍  ସରୁଥିବା ବେଳେ ଗତକାଲି ଯାଜପୁର ଦଶରଥପୁର ବ୍ଲକରେ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତା ବଢ଼ାଇଛି । ସେପଟେ ସଟଡାଉନ୍  ସମୟ ମଧ୍ୟରେ ୩ ଜିଲ୍ଲାରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ବାଲେଶ୍ବର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଥିବା ବେଳେ ସମସ୍ତ କେସ ଆକ୍ଟିଭ ରହିଛି । ସେହିପରି ଭଦ୍ରକର ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି । ୧୪ଟି ଆକ୍ଟିଭ କେସ ରହିଛି । ସେପଟେ ଗତକାଲି ଯାଜପୁରରେ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତ ସଂଖ୍ୟା ୧୮ରେ ପହଁଞ୍ଚିଛି । ସେମାନଙ୍କ ମଧ୍ୟରୁ ଜଣେ ଜଣେ ସୁସ୍ଥ ହୋଇଛନ୍ତି...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.