Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ

13/05/2021 at 6:32 PM

ପୁରୀ ୧୩।୦୫: କରୋନା ମହାମାରୀ ଦ୍ଵିତୀୟ ଲହର କାରଣରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ପୁରୀ ଶ୍ରୀମନ୍ଦିର ବନ୍ଦ ରହିବାରୁ ସେବାୟତଙ୍କ ପରିବାର ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ସେବାତୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ସେବାୟତ ପରିବାରକୁ ଗୁରୁବାର ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ଏହି ପଦକ୍ଷେପରେ ମୋଟ ୨୪୬୩ ସେବାୟତ ଉପକୃତ ହୋଇଛନ୍ତି। ମୋଟ ୨ କୋଟି ୪୬ ଲକ୍ଷ ୩୦ ହଜାର ପ୍ରଦାନ କରାଯାଇଥିବା ନୀତି ପ୍ରଶାସକ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ କାରଣରୁ ମନ୍ଦିର ବନ୍ଦ ହେବାରୁ ସେବାୟତଙ୍କ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇ ପଡିଛି। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି କରି ଯାହା କିଛି ମିଳେ ସେଥିରେ ପରିବାରର ଭରଣପୋଷଣ କରିଥାନ୍ତି।

   Related Posts