Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳା ଗ୍ରାହକ ପୋଷାକ ବଦଳାଉଥିବାର ଦୃଶ୍ୟ ସିସିଟିଭିରେ ଦେଖୁଥିଲେ ଦୋକାନୀ, ତା’ପରେ କ’ଣ ହେଲା ଜାଣନ୍ତୁ…

7/09/2019 at 6:23 PM

ନୂଆଦିଲ୍ଲୀ୭|୯: ଦିଲ୍ଲୀରେ ଘଟିଥିବା  ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଚେଞ୍ଜିଂ ରୁମରେ ମହିଳା ପୋଷାକ ବଦଳାଇବା ବେଳେ ଭିଡିଓ ରେକର୍ଡିଂ କରୁଥିଲା ଦୋକାନୀ। ଏହିଭଳି ଘଟଣା ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ଦେଖିବାକୁ ମିଳିଛି। ଚେଞ୍ଜିଂ ରୁମ୍‌ରେ ଗୁପ୍ତ ଭାବେ ସିସିଟିଭି ଲଗାଇ ମହିଳାଙ୍କ ଭିଡିଓ କରାଯାଉଛି ବୋଲି ଜଣେ ମହିଳା ସାମ୍ବାଦିକ ଦୋକାନୀ ବିରୋଧରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩୧ ତାରିଖରେ ଗ୍ରେଟର ଅଞ୍ଚଳରେ ଥିବା ଏମ(M) ବ୍ଲକ୍‌ ମାର୍କେଟକୁ ସପିଂ କରିବା ପାଇଁ ମହିଳା ଯାଇଥିଲେ। ପୋଷାକ ବଦଳାଇବା ପାଇଁ ମହିଳା ଚେଞ୍ଜିଂ ରୁମ୍‌କୁ ଯାଇଥିଲେ। ହେଲେ ସେହି ରୁମ୍‌ରେ ଗୁପ୍ତ ଭାବେ ସିସିଟିଭି ଲାଗିଥିଲା ବୋଲି ମହିଳା ଦେଖି ପାରିଥିଲେ।

୨୭ ବର୍ଷ ବୟସ୍କା  ମହିଳା ଜଣେ ସାମ୍ବାଦିକା। ଏହି ଘଟଣା ଜାଣିବା ପରେ ସେପ୍ଟେମ୍ବର ୩ ତାରିଖରେ ଦୋକାନୀ ବିରୋଧରେ ଥାନାରେ ଏଫଆଇଆର ଦେଇଥିଲେ। ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଦୋକାନରେ ଲାଗିଥିବା ସିସିଟିଭିରୁ ପୋଲିସକୁ ପ୍ରମାଣ ମିଳିଥିଲା। ସିସିଟିଭି ଫୁଟେଜରେ ବହୁ  ଯୁବତୀ ଓ ମହିଳାଙ୍କ  ଆପତ୍ତିଜନକ ଫଟୋକୁ ପୋଲିସ ଜବତ କରିଥିଲା। ସିସିଟିଭିରେ ଥିବା ମହିଳାଙ୍କ ଫଟୋ ଆଧାରେ ପୋଲିସ ଦୋକାନୀକୁ ଗିରଫ କରିଥିଲା।

ମହିଳା ଅଭିଯୋଗରେ କହିଥିଲେ ଯେ,  ସେ ସପିଂ କରିବା ପାଇଁ ଦୋକାନକୁ ଯାଇଥିଲେ। ଦୋକାନରେ ପହଞ୍ଚିବା ପରେ ସେଠାରେ କୌଣସି ଗ୍ରାହକ ନଥିଲେ। କେବଳ ଦୋକାନର ମାଲିକ ସମେତ ୪/୫ ଜଣ କର୍ମଚାରୀ ଦୋକାନରେ ଥିଲେ ।ଦୋକାନର ମାଲିକ ସାମ୍ନାରେ ଲାଗିଥିବା ସିସିଟିଭିରେ ମଧ୍ୟ ସବୁ ରେକର୍ଡ କରାଯାଇଥିଲା ବୋଲି ମହିଳା କହିଛନ୍ତି। ସେହି ଦୋକାନରୁ ସେ କିଛି ଡ୍ରେସ କିଣିଥିଲେ।

ସେଗୁଡିକୁ ଟ୍ରାଏଲ କରିବା ପାଇଁ ଟ୍ରାଏଲ ରୁମକୁ ମହିଳା ଯାଇଥିଲେ। ହେଲେ ଦୋକାନରେ ଥିବା ଜଣେ ମହିଳା କର୍ମଚାରୀ ଆସି ଆଉ ଗୋଟେ ଚେଞ୍ଜିଂ ରୁମକୁ ଯିବାକୁ କହିଥିଲେ।ଅନ୍ୟ ଚେଞ୍ଜିଂ ରୁମକୁ ସେ ଯାଇଥିଲେ। ପୋଷାକ ବଦଳାଇବା ସମୟରେ ଗୁପ୍ତ ଭାବରେ ଏକ କ୍ୟାମେରା ଲାଗିଥିବାର ମହିଳାଙ୍କ ନଜର ପଡିଥିଲା। ଚେଞ୍ଜିଂ ରୁମ୍‌ରୁ ବାହାରି ଏହି ସଂପର୍କରେ ପଚାରିବାରୁ ଦୋକାନୀ ନୀରବ ରହିଥିଲେ। ମହିଳା କର୍ମଚରୀ ଜଣକ ମଧ୍ୟ କିଛି କହିନଥିଲେ। ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ।

   Related Posts