ମମତାଙ୍କ ଗୋଡରେ ବରଫ ଲଗାଇବାକୁ ଦେଇଥିବା ଦୋକାନୀଙ୍କ ଲାଗିଲା ଲଟେରୀ, କହିଲେ ଦିଦି ଜିତିଲେ ବାଣ୍ଟିବେ ମିଠା

Published By : Prameya-News7 Bureau | March 12, 2021 IST

ନନ୍ଦିଗ୍ରାମ ୧୨।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବା ନିର୍ବାଚନମଣ୍ଡଳୀର ଲୋକଙ୍କୁ ଉତ୍ସାହିତ କରଛି। ତେବେ ପ୍ରାର୍ଥୀପତ୍ର ଦାଖଲ ଲାଗି ମମତା ନନ୍ଦିଗ୍ରାମ ଗସ୍ତ କରିବା ବେଳେ ତାଙ୍କ ସହ ଘଟିଥିବା ଦୁର୍ଘଟଣା ଅନେକଙ୍କୁ ବ୍ୟଥିତ କରିଛି। ସେଦିନ ଦୁର୍ଘଟଣାର ତୁରନ୍ତ ବାଦ ମୁଖ୍ୟମନ୍ତ୍ରୀଙ୍କ ପାଦରେ ଘଷିବା ଲାଗି ବରଫ ଦେଇଥିବା ଦୋକାନୀ ନିମାଇ ମାୟିତୀଙ୍କ ଲଟେରୀ ଉଠିଛି। ଏ କଥା ସେ ନିଜେ କହିଛନ୍ତି।

{"id":421801,"sizeSlug":"large","linkDestination":"none"}

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀପତ୍ର ଦାଖଲ କରି ଶୋଭାଯାତ୍ରାରେ ଯାଉଥିବା ବେଳେ ଅଚାନକ ଦଳାଚକଟା ହୋଇଥିଲା। ଫଳରେ ମମତାଙ୍କ ଗୋଡରେ ଆଘାତ ଲାଗିଥିବା ବେଳେ ସେ ତଳେ ପଡିଯାଇଥିଲେ। ଘଟଣା ପରେ ମମତାଙ୍କୁ  ତାଙ୍କ ସୁରକ୍ଷା କର୍ମୀ ତଳୁ ଉଠାଇ ଗାଡ଼ିରେ ବସାଇ ଥିବା ବେଳେ ପାଖରେ ଦୋକାନ କରିଥିବା ନିମାଇ ଦୌଡି ଯାଇ ବରଫ ନେଇ ଆସିଥିଲେ। ସେହି ବରଫ ମୁଖ୍ୟମନ୍ତ୍ରୀଙ୍କ ପାଦରେ ଘଷି ତାଙ୍କୁ କୋଲକାତା ପର୍ଯ୍ୟନ୍ତ ଅଣାଯାଇଥିଲା।

{"id":421802,"sizeSlug":"large","linkDestination":"none"}

ଏହି ଘଟଣା ପରେ ନିମାଇ କିଣିଥିବା ଲଟେରୀ ଟିକେଟ ୫ ହଜାର ଟଙ୍କା ନଗଦ ପୁରସ୍କାର ଜିତିଛି।  ସେ ଏ ବାବଦ ଅର୍ଥକୁ ଭୋଟ ଗଣନା ଦିନ ପର୍ଯ୍ୟନ୍ତ ସାଇତି ରଖିବେ ବୋଲି କହିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣାରେ ମମତା ବାନାର୍ଜୀ ବିଜୟୀ ହେଲେ  ଏହି ଟଙ୍କାରେ ସେ ମିଠେଇ ତିଆରିକରି ଅଞ୍ଚଳରେ ବାଣ୍ଟିବେ ବୋଲି କହିଛନ୍ତି।

{"id":421803,"width":576,"height":379,"sizeSlug":"large","linkDestination":"none"}

ନିମାଇ ଛୋଟ ଦୋକାନଟିଏ କରି ପରିବାର ଚଳାନ୍ତି। କିଛି ଆୟରୁ ସେ କାଳେ ଭାଗ୍ୟ ଖୋଲିଯିବ ଭାବି ଲଟେରୀ ଟିକେଟ ମଧ୍ୟ କିଣନ୍ତି। ହେଲେ ଏପର୍ଯ୍ୟନ୍ତ ସେ ଲଟେରୀ ଟିକେଟରୁ ଟଙ୍କାଟିଏ ବି ପାଇ ନଥିଲେ। ହେଲେ ମମତାଙ୍କର ଶୁଶ୍ରୁଷା କରିବା ଦିନ ହିଁ ତାଙ୍କର ଲଟେରୀ ଲାଗିଯାଇଛି। ଏଥିରେ ନିମାଇଙ୍କ ଖୁସି କହିଲେ ନସରେ। ଦିଦି ତାଙ୍କ ପାଇଁ ଲକି ହେଲେ ତାଙ୍କ ଅଞ୍ଚଳକୁ ଆସି ମୁଖ୍ୟମନ୍ତ୍ରୀ ଅକଥନୀୟ ଶାରୀରିକ ଯନ୍ତ୍ରଣା ଭୋଗୁଥିବାରୁ ନିମାଇ ଅତ୍ୟନ୍ତ ଦୁଃଖି। ହେଲେ ଏଥର ମଧ୍ୟ ଦିଦି ବାଜିମାତ କରିବେ ବୋଲି ନିମାଇ ଆଶାବ୍ୟକ୍ତ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.