ଟ୍ରେଜେରି ଖୋଲି ଦେଲେ ଶିରିଡ଼ି ସାଇ ମନ୍ଦିର: କରୋନା ପାଇଁ ଦେଲେ ୫୧ କୋଟି ଟଙ୍କା ସହାୟତା

Published By : Prameya-News7 Bureau | March 27, 2020 IST

ମହାରାଷ୍ଟ୍ର୨୭/୩: କରୋନା ପାଣ୍ଠିକୁ ୫୧ କୋଟି ଟଙ୍କା ପ୍ରଦାନ କଲେ ଶିରିଡି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ। କରୋନା ମୁକାବିଲା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। କରୋନା ଭାଇରସ୍‌ ଯୋଗୁଁ ଗତ ମାର୍ଚ୍ଚ ୧୭ ତାରିଖରେ ଶିରିଡି ସାଇବାବାଙ୍କ ମନ୍ଦିରକୁ ପ୍ରବେଶ ନ କରିବା ପାଇଁ ପ୍ରତିବନ୍ଧନ ଜାରି ହୋଇଥିଲା।

wp:core-embed/twitter {"url":"https://twitter.com/ANI/status/1243459080347242497?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1243459080347242497?s=20
/wp:core-embed/twitter

ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ନିରାଶ ହୋଇ ଫେରି ଯାଇଥିଲେ। କେବଳ ସାଇବାବା ସଂସ୍ଥାନ ଟ୍ରଷ୍ଟ ନୁହେଁ। ନେତା, ଅଭିନେତା ଏବଂ ବହୁ ସହୃଦୟ ବ୍ୟକ୍ତି ମହାରାଷ୍ଟ୍ରର କରୋନ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ଏପରି କି ମହାରାଷ୍ଟ୍ର ଶିବସେନା ଦଳର ସାଂସଦ ଏବଂ ବିଧାୟକମାନେ ସେମାନଙ୍କ ଏକ ମାସର ଦରମା କରୋନା ପାଣ୍ଠିକୁ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ତେବେ ମହାରାଷ୍ଟ୍ରରେ ୫ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ନାଗପୁର ହୋଇଥିବା ବେଳେ ଅନ୍ୟ ଜଣେ ମହାରାଷ୍ଟ୍ର ଗୋନ୍ଦିଆ ଜିଲ୍ଲାର ବୋଲି ଜଣାପଡିଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଓ୍ବେବସାଇଟ୍‌ରେ କରୋନା ସଂପର୍କୀତ ଖବର ପ୍ରତି ମୁହୂର୍ତ୍ତରେ ପ୍ରଦାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.