Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାକର ଆକାର କହିଥାଏ ବ୍ୟକ୍ତିଙ୍କ ରହସ୍ୟ : ଜାଣନ୍ତୁ କେମିତି ଜାଣିବେ

ଯେପରି ବ୍ୟକ୍ତିଙ୍କ ହାତ ପାପୁଲି ଏବଂ ମସ୍ତକ ରେଖାରୁ ସବୁ କିଛି ଜାଣି ହୋଇଥାଏ,ସେହିଭଳି ସମୁଦ୍ରଶାସ୍ତ୍ର ଅନୁସାରେ ନାକର ଗଠନରୁ ତାଙ୍କ ସ୍ବଭାବ ବିଷୟରେ ଜାଣି ହୋଇଥାଏ। ସାମୁଦ୍ରିକ ଶାସ୍ତ୍ର ବ୍ୟକ୍ତିଙ୍କ ହାବଭାବ ଏବଂ ଶାରିରୀକ ସଂରଚନାରୁ ବ୍ୟକ୍ତିଙ୍କ ସ୍ବଭାବ ସହ ଜଡ଼ିତ ବିଷୟ ଜାଣିବାର ପ୍ରକ୍ରିୟା ଅଟେ। ତେବେ ଆଜି ଆମେ ଜାଣିବୁ ନାକରୁ କିପରି ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ ଜାଣି ହୋଇଥାଏ।

– ପତଳା ନାକର ବଡ଼ ନାକପୁଡ଼ା ଏବଂ ମୋଟା ନାକର ଛୋଟ ନାକପୁଡ଼ା,ଲମ୍ବଠୁ ଅଧିକ ଚଉଡ଼ା ଏବଂ ଚଉଡ଼ାଠୁ ଅଧିକ ଲମ୍ବ ବିଶିଷ୍ଟ ନାକ ଥିବା ବ୍ୟକ୍ତିଙ୍କ ଦୁର୍ବଳ ହୃଦୟ ଏବଂ ମସ୍ତିଷ୍କ ହୋଇଥାଏ। ସିଧା,ପତଳା,ଲମ୍ବା ଏବଂ ସମାନ ଆକାର ବିଶିଷ୍ଟ ନାକ ଥିବା ବ୍ୟକ୍ତି ଚରିତ୍ରବାନ୍,ମର୍ଯ୍ୟାଦାସମ୍ପନ୍ନ ଏବଂ ଉତ୍ସାହୀ ହୋଇଥାଆନ୍ତି।

– ଯେଉଁମାନଙ୍କ ନାକ ପତଳା ଏବଂ ଲମ୍ବା ହେଲେ ବି ତେଢ଼ା,ଗାତୁଆ ଏବଂ ଅସମାନ ହୋଇଥାଏ ସେମାନେ ସ୍ବାର୍ଥପର,ନିଷ୍ଠୁର ଏବଂ ଶୁଷ୍କ ସ୍ବଭାବର ହୋଇଥାଆନ୍ତି।

– ତଳ ଆଡ଼କୁ ନଇଁଥିବା ନାକ ଥିବା ବ୍ୟକ୍ତି ଆଚରଣହୀନ,ପରନିନ୍ଦୁକ ଏବଂ ଉଦାସୀନ ସ୍ବଭାବର ଏବଂ ଉଚ୍ଚ ନାକ ଥିବା ବ୍ୟକ୍ତି କୌତୁକିଆ,ହସମିଜାଜ,ଚତୁର ଏବଂ ଉତ୍ତମ ବ୍ୟବହାର ସମ୍ପନ୍ନ ଥାଆନ୍ତି।

– ଯେଉଁମାନଙ୍କ ନାକ ଗାତୁଆ ହୋଇଥାଏ ସେମାନେ ବାମନ ହୋଇଥାଆନ୍ତି। ଚେପଟା ନାକ ଥିବା ବ୍ୟକ୍ତି କଳାକାର,ବାକପଟୁ ହୋଇଥିବେ।

– ଶୁଆ ନାକ ଥିବା ବ୍ୟକ୍ତିମାନେ ସୁଯୋଗ୍ୟ,ଦାୟିତ୍ବସମ୍ପନ୍ନ ଏବଂ ଦୃଢ଼ ପ୍ରତିଜ୍ଞ ହୋଇଥାଆନ୍ତି।

   Related Posts