Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଅଶ୍ଳୀଳ ଭିଡିଓ ସୁଟିଂର ହଟସ୍ପଟ୍‌ ପାଲଟିଛି ବାଲିର ‘ସିକ୍ରେଟ ପର୍ଣ୍ଣ ଭିଲା’ : କେଉଁଠି ଅଛି ତାହା ଖୋଜି ପାଉନି ପୋଲିସ, ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଏହି ଅଞ୍ଚଳ

10/06/2021 at 8:52 PM

ବାଲି ୧୦/ ୦୬ : ବିଶ୍ବର ଅନେକ ଦେଶରେ ପର୍ଣ୍ଣୋଗ୍ରାଫିକୁ ବନ୍ଦ କରାଯିବା ସହିତ ଏହାକୁ ନେଇ କଡା ଆଇନ ଲାଗୁ ହୋଇଛି । ସେମାନଙ୍କ ମଧ୍ୟରୁ ଇଣ୍ଡୋନେସିଆ ଅନ୍ୟତମ । ଇଣ୍ଡୋନେସିଆର ବାଲିରେ ପୋଲିସ ଅଧିକାରୀମାନେ ଏବେ ଏକ ଗୁପ୍ତ ‘ପର୍ଣ୍ଣ ଭିଲ୍ଲା’କୁ ଖୋଜିବାରେ ଲାଗିଛନ୍ତି । ଯେଉଁଠାରେ କୋଭିଡ ମହାମାରୀ ସମୟରେ ଅନେକ ଅଶ୍ଳୀଳ ଭିଡିଓ ସୁଟିଂ କରାଯାଇଛି ।

ଇଣ୍ଡୋନେସିଆରେ ଅଶ୍ଳୀଳ ଭିଡିଓ ସୁଟିଂ କରିବା କିମ୍ବା ଭାଇରାଲ କରିବାକୁ ନେଇ କଠୋର ନିୟମ ରହିଛି। ନିୟମ ଉଲ୍ଲଂଘନ କଲେ ଅପରାଧୀକୁ କଠୋର ଦଣ୍ଡ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ଦଣ୍ଡିତ କରାଯାଏ । ନିକଟରେ, ଋଷର ‘ପର୍ଣ୍ଣ ଷ୍ଟାର’ ଭେରୋନିକା ତ୍ରୋସିନା ତାଙ୍କ ପ୍ରେମିକ ମିଖାଇଲ ମୋରୋଜୋଭଙ୍କ ସହ ବାଲିର ଏକ ପାହାଡିଆ ଅଞ୍ଚଳରେ ସେକ୍ସ ଭିଡିଓ ସୁଟିଂ କରି ସମାଲୋଚନାର ଶିକାର ହୋଇଥିଲେ । ବାସ୍ତବରେ, ତ୍ରୋସିନାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ଏହି ପର୍ଣ୍ଣୋଗ୍ରାଫି ହଟସ୍ପଟ୍ ବିଷୟରେ ଜାଣିବାକୁ ପାଇଲା। ବାଲି ବିଶ୍ୱର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ | ୨୦୨୦ରେ ମହାମାରୀ ସମୟରେ ବହୁ ପର୍ଯ୍ୟଟକ ଏବଂ ଫିଲ୍ମ ଷ୍ଟାର ଏଠାକୁ ଆସି ସମୟ ଅତିବାହିତ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପର୍ଣ୍ଣୋଗ୍ରାଫି ଭିଡିଓ ସୁଟିଂ କରାଯିବାକୁ ନେଇ ସେଠାରୁ ବିତାଡିତ କରାଯାଇଥିଲା। ଦେଶରେ ପର୍ଣ୍ଣୋଗ୍ରାଫି ନିୟମ ଉଲ୍ଲଂଘନକାରୀମାନେ କଠୋର ଦଣ୍ଡ ମିଳିବା ସହିତ ଜେଲ ଦ‌ଣ୍ଡାଦେଶ ହୋଇଥାଏ । ଗତ ମେ ମାସରେ ସ୍ଥାନୀୟ ସଂସ୍କୃତିକୁ ଅସମ୍ମାନ କରିବା ଅଭିଯୋଗରେ ଜଣେ କାନାଡୀୟ ପର୍ଯ୍ୟଟକଙ୍କୁ ଦେଶରୁ ବିତାଡିତ କରାଯାଇଥିଲା ।

ବାଲି ପର୍ଣ୍ଣ ଭିଲ୍ଲା କେଉଁଠାରେ ଅଛି?

ଟିକଟକରେ ଏହି ‘ପର୍ଣ୍ଣ ଭିଲ୍ଲା’ ବାବଦରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ କ୍ୟାପସନ୍ ଲେଖାଯାଇଥିଲା – “ପର୍ଣ୍ଣ ଭିଲ୍ଲାକୁ ସ୍ୱାଗତ ।” ଭିଡିଓରେ ଥିବା ଅଧିକାଂଶ ପର୍ଣ୍ଣଷ୍ଟାର ଛୋଟ ପୋଷାକ ପିନ୍ଧିଥିବା ଏବଂ ସମସ୍ତେ ବିଦେଶୀ ବୋଲି ଜଣାପଡିଥିଲା । ଏହି ଭାଇରାଲ ଭିଡିଓକୁ ଇଣ୍ଡୋନେସିଆ ଗଣମାଧ୍ୟମରେ ‘ସେକ୍ସ ପାର୍ଟି’ ବୋଲି କୁହାଯାଇଥିଲା। ଏହା ପରେ ପୋଲିସ, ପର୍ଣ୍ଣ ଭିଲ୍ଲାର ମାଲିକକୁ ଖୋଜିବା ଆରମ୍ଭ କରିଥିଲା । ଅନେକଥର ସେଠାରେ ଚଢାଉପରେ ବି ଉକ୍ତ ମାଲିକକୁ ଧରିବାରେ ସେଠାକାର ପୋଲିସ ବିଫଳ ହୋଇଛି ।

   Related Posts