ଜୁଲାଇରେ ସରିବ କିନ୍ତୁ ଅକ୍ଟୋବରେ ପୁଣି ଆସିବ କରୋନାର ତୃତୀୟ ଲହର, ଚେତାଇଲେ IIT ପ୍ରଫେସର, ଦେଲେ ମୁକାବିଲାର ତିନି ଟିପ୍ସ

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୦୮।୦୫: ଦେଶରେ କରୋନାର ଦ୍ଵିତୀୟ ଲହର ଏବେ ମଧ୍ୟ ଜାରି ରହିଛି। ବଢୁଥିବା କେସ୍‌ ସହ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କିଛି ରାଜ୍ୟରେ ଦ୍ଵିତୀୟ ଲହର ଶିଖରରେ ପହଞ୍ଚି ଥିବା ବେଳେ ଆଉ କିଛି ରାଜ୍ୟରେ ଆସିବ ବାକି ରହିଛି। ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ଆଶଙ୍କା ଉପରେ ମୋହର ମାରିଛି ଆଇଆଇଟି କାନପୁର।

କରୋନା ତଥ୍ୟର ସମୀକ୍ଷା କରୁଥିବା ପଦ୍ମଶ୍ରୀ ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ଵାଲ ଦାବି କରିଛନ୍ତି, ଜୁଲାଇର ଶେଷ ଆଡକୁ ଦ୍ଵିତୀୟ ଲହର ସରିବ। ମାତ୍ର ଦ୍ଵିତୀୟ ଦାବି ସଭିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ତଥ୍ୟର ଅନୁଧ୍ୟାନ କରିବା ପରେ ଏହା ସାମ୍ନାକୁ ଆସିଛି ଯେ, ଦେଶରେ ଅକ୍ଟୋବରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯିବ।

{"id":449977,"sizeSlug":"large","linkDestination":"none"}

ଏହି ଅଧ୍ୟୟନରୁ ଏହା ଜଣା ପଡି ନାହିଁ ଯେ, ତୃତୀୟ ଲହର କେତେ ବ୍ୟାପକ ଏବଂ କେବେ ଭୟାବହ ହେବ। ପ୍ରଫେସର ଅଗ୍ରଓ୍ଵାଲ କହିଛନ୍ତି, ହୋଇପାରେ ଏହା ସାମାନ୍ୟ ଲହର ହୋଇପାରେ। ଏଥିପାଇଁ ଏହା ଅନେକ ଦିଗ ଉପରେ ନିର୍ଭର କରେ। ଏହା ପୂର୍ବରୁ ଆମକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେ କହିଛନ୍ତି।

ଦ୍ଵିତୀୟ ଲହରର ଶିଖର ସମୟ ଆଗକୁ ବଢିଲା

ଦେଶରେ ଦ୍ଵିତୀୟ ଲହର ଶିଖରରେ ପହଞ୍ଚିବାର ସମୟ ଆଗକୁ ବଢାଯାଇଛି। ଏବେ ଏହାର ଶିଖର ମେ ୧୦ ରୁ ୧୫ ପରିବର୍ତ୍ତେ ଆଉ ଗୋଟିଏ କି ଦୁଇ ସପ୍ତାହ ସମୟ ଲାଗିପାରେ। ପ୍ର. ଅଗ୍ରଓ୍ଵାଲ କହିଛନ୍ତି, ଏହା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଏହା ଉପରେ ନଜର ରଖାଯାଇଛି। ଆଗାମୀ କିଛି ଦିନରେ ସ୍ପଷ୍ଟ ହୋଇଯିବ ଯେ, ଦ୍ଵିତୀୟ ଲହର କେବେ ଶିଖରରେ ପହଞ୍ଚିବ। ସଂକ୍ରମଣ ଚରମରେ ପହଞ୍ଚିବା ପରେ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିବା ଆରମ୍ଭ ହେବ।

ଅନେକ ରାଜ୍ୟରେ ପିକ୍‌ର ସମୟ ସ୍ଥିର ହୋଇ ନାହିଁ

{"id":449978,"sizeSlug":"large","linkDestination":"none"}

ପ୍ରଫେସର ଅଗ୍ରଓ୍ଵାଲ କହିଛନ୍ତି, ଏ ପର୍ଯ୍ୟନ୍ତ ଓଡିଶା, ଆସାମ ଓ ପଞ୍ଜାବରେ ସଂକ୍ରମଣ କେବେ ଶିଖର ଛୁଇଁବ ତାର ସମୟ କିଛି ସ୍ପଷ୍ଟ ହୋଇ ନାହିଁ। ଏଥିପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ। ଆଗାମୀ କିଛି ଦିନର ତଥ୍ୟ ସମୀକ୍ଷା କରିବା ପରେ ଏହା ଜଣା ପଡିବ। ଅନ୍ୟପଟେ ଦିଲ୍ଲୀ ଓ ମଧ୍ୟ ପ୍ରଦେଶରେ କରୋନାର ଦ୍ଵିତୀୟ ଲହର ଶିଖରରେ ପହଞ୍ଚି ସାରିଥିବା ବେଳେ ହରିୟାଣାରେ ଏହାର ସମୟ ଆଗକୁ ବଢାଯାଇଛି।

୩ଟି ଟିପ୍ସରେ କରୋନାର ତୃତୀୟ ଲହରକୁ କମ କରାଯାଇ ପାରିବ

୧ - ସେପ୍ଟେମ୍ବର-ଅକ୍ଟୋବର ପର୍ଯ୍ୟନ୍ତ ଦେଶରେ ଅଧିକରୁ ଅଧିକ ଜନ ସଂଖ୍ୟାଙ୍କ ଟିକାକରଣ କରାଯାଉ।

୨ - ନୂତନ ଭ୍ୟାରିଏଣ୍ଟର ଶୀଘ୍ର ଚିହ୍ନଟ କରାଯାଉ।

୩ - ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ ଉପରେ ଅଧିକ ଧ୍ୟାନ ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.