ସରିଲା ଭ୍ୟାକସିନର ଦ୍ଵିତୀୟ ରାଉଣ୍ଡ ଡ୍ରାଏ ରନ, ଓଡିଶାରେ ୧୧୦ଟି ସ୍ଥାନରେ କରାଗଲା ଟିକା ଦେବାର ମକ୍ ଡ୍ରିଲ୍

Published By : Prameya-News7 Bureau | January 08, 2021 IST

ଭୁବନେଶ୍ଵର ୦୮।୦୧: କରୋନା ଟିକାକରଣ ପାଇଁ ସରିଲା ଦ୍ଵିତୀୟ ରାଉଣ୍ଡ ଡ୍ରାଏରନ। ସାରା ଦେଶରେ ୭୩୬ ଟି ଜିଲ୍ଲାରେ ଆଜି ଡ୍ରାଏ ରନ୍ କରାଯାଇଛି। ବାସ୍ତବ ଟିକାକରଣ ସମୟରେ ଯଦି କାହା ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତାହାକୁ କିଭଳି ସାମ୍ନା କରାଯିବ ଏବଂ ରାଜ୍ୟସ୍ତରରୁ ବ୍ଲକସ୍ତରୀୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭିତରେ କିପରି ସମନ୍ବୟ ରହିବା ସେହି ପ୍ରକ୍ରିୟାର ପୂର୍ବଭ୍ୟାସ କରାଯାଇଛି। ୧୩ତାରିଖ ପୂର୍ବରୁ ଟିକା ଉପଲବ୍ଧ ହୋଇପାରେ।

ଖୁବଶୀଘ୍ର ଟିକା ଉପଲବ୍ଧ ହେବ । ତେବେ ଟିକାକରଣ ଆଗରୁ ପୂରା ପ୍ରକ୍ରିୟାର ମକଡ୍ରିଲ୍ ହୋଇଛି, ଯେପରି ଅସଲ ସମୟରେ କୌଣସି ସମସ୍ୟା ଉପୁଜିବନି । ଦ୍ବିତୀୟ ପର୍ଯ୍ୟାୟରେ ସାରାଦେଶରେ ୭୩୬ଟି ଜିଲ୍ଲାରେ  ଡ୍ରାଏ ରନ କରାଯାଇଛି। ଓଡିଶାରେ ୧୧୦ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲ୍ଲାରେ ୩ଟି ସ୍ଥାନରେ- ସିଏଚସି, ପିଏଚସି, ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ସହ ମେଡିକାଲ କଲେଜରେ  ଡ୍ରାଏରନ୍ କରାଯାଇଛି । ସମ ହସ୍ପିଟାଲ ସମେତ ରାଜ୍ୟର ୧୧ଟି ଘରୋଇ ମେଡିକାଲରେ ଡ୍ରାଏ ରନ ହୋଇଛି। ଟିକା ନେବା ପରେ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତାକୁ କିଭଳି ପରିଚଳନା କରାଯିବ ସେନେଇ ତାଲିମ ଦିଆଯାଇଛି । AEFI କିପରି ବ୍ୟବହାର କରାଯିବ ତାହା ଉପରେ ଥିଲା ଫୋକସ । ଜିଲ୍ଲା ଓ ବ୍ଲକ ସ୍ତରରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ସମନ୍ବୟ  ରଖିବା ପାଇଁ ଏହି  ଡ୍ରାଏରନରେ ପୂର୍ବଭ୍ୟାସ କରାଯାଇଛି ।

ରାଜ୍ୟରେ ୧୩ ତାରିଖ ପୂର୍ବରୁ କରୋନା ଟିକା ଉପଲବ୍ଧ ହୋଇପାରେ। ଓଡିଶାକୁ କୋଲକାତାରୁ ଭ୍ୟାକ୍ସିନ ଆସିବ।  ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶରୀର ଉପରେ କରୋନା ଟିକାର ନକରାତ୍ମକ ପ୍ରଭାବ  ନେଇ ସୋସିଆଲ ମିଡିଆରେ ଗୁଜବ ଉଠୁଛି। କିନ୍ତୁ ସେସବୁର କୌଣସି ସତ୍ୟତା ନାହିଁ। ସରକାର ମାଗଣାରେ କରୋନା ଟିକା ଦେବେ ବୋଲି ଡିଏମ୍ଇଟି କହିଛନ୍ତି । ଗୁଜବକୁ ବିସ୍ବାସ ନକରିବା ସହ ନକଲି ଆପ୍‌କୁ ବିଶ୍ବାସ ନକରିବାକୁ ପରାମର୍ଶ ଦିଆଯାଇଛି ।

ଅକ୍ସଫୋର୍ଡ ଭାକସିନ୍ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ର କୋଭାକସିନ୍ କୁ ମଞ୍ଜୁରୀ ମିଳିସାରିଛି  । ଏବେ ଆଉ ଏକ ଖୁସି ଖବର । ଭାରତ ବାୟୋଟେକ୍ ଆଉ ଏକ ନାଜାଲ୍ ଭାକସିନ୍ ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଲାଗି DCGIଙ୍କୁ ଆବେଦନ କରିଛି  । ଏହି ଭାକସିନ୍ କୁ ନାକରେ ପକାଯିବ । ଏହି ନାଜାଲ ଭାକସିନ୍ ର ସବୁଠୁ ବଡ କଥା ଏହା ସିଙ୍ଗଲ ଡୋଜ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.