ଦେଶରେ ଭୁବନେଶ୍ଵର ସମ୍ ହସ୍ପିଟାଲରେ ହେବ କୋଭ୍ୟାକସିନର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

Published By : Prameya-News7 Bureau | August 29, 2020 IST

ଭୁବେନଶ୍ଵର ୨୯।୦୮: ଦେଶର ସ୍ଵଦେଶୀ ଭ୍ୟାକସିନ କୋଭ୍ୟାକସିନର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଭୁବନେଶ୍ଵର ସ୍ଥିତ ସମ୍‌ ହସ୍ପିଟାଲରେ ଆସନ୍ତା ସପ୍ତାହରୁ ଅର୍ଥାତ ସେପ୍ଟେମ୍ବର ମାସରେ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ଭ୍ୟାକସିନର ବ୍ୟବହାର କରାଯାଇ ପାରିବ ବୋଲି ପରାମର୍ଶ ଦିଆଯାଇଛି।

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଦ୍ଵାରା ବିକଶିତ କୋଭ୍ୟାକସିନର ମାନବ ପରୀକ୍ଷଣ ପାଇଁ ସମଗ୍ର ଦେଶରେ ୧୨ ହସ୍ପିଟାଲ ଚୟନ କରାଯାଇଥିଲା। ଏଥିରେ ଭୁବନେଶ୍ଵରର ସମ୍ ହସ୍ପିଟାଲ ସାମିଲ। ସମ୍‌ରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି।

୩୭୫ ସ୍ଵେଚ୍ଛାକୃତ ବ୍ୟକ୍ତିଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯାଇଥିଲା। ଏଥିରେ ଓଡିଶାର ୫ ସାମିଲ ଥିଲେ। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ପରିଣାମ ସକରାତ୍ମକ ରହିଛି। କୋଭ୍ୟାକସିନ ସୁରକ୍ଷିତ ଥିବା କୁହାଯାଇଛି। ପରୀକ୍ଷଣ କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟ ଠିକ୍  ରହିଛି ଏବଂ ସେମାନଙ୍କ ଶରୀରରେ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। କେହି ହେଲେ କୋଭ୍ୟାକସିନକକୁ ନେଇ ଅଭିଯୋଗ କରି ନାହାନ୍ତି।

{"id":322115,"sizeSlug":"large"}

ସମ୍ ହସ୍ପିଟାଲର ପ୍ରମୁଖ ଯାଞ୍ଚକର୍ତ୍ତା ଡ. ଇ ଭେଙ୍କଟ ରାଓ କହିଛନ୍ତି ଭ୍ୟାକସିନ ଦିଆଯାଇଥିବା ସ୍ଵେଚ୍ଛାସେବୀଙ୍କ ରକ୍ତ ନମୂନା ଏକତ୍ର କରାଯାଉଛି। ଏଥିରୁ ଜଣା ପଡିବ ଯେ ଟିକା କେତେ ପ୍ରଭାବଶାଳୀ ଥିଲା ଏବଂ ଆଣ୍ଟିବଡିର ସ୍ତର କେତେ ବିକଶିତ ହୋଇଛି।

ଡ. ଇ ଭେଙ୍କଟ କହିଛନ୍ତି ଆମେ ସ୍ଵଦେଶୀ ଭ୍ୟାକସିନର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛୁ। ଏହା ଆସନ୍ତା ସପ୍ତାହରେ ଆୟୋଜନ ହେବ। ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ ହେବା ପାଇଁ ଅନେକ ବ୍ୟକ୍ତି ସ୍ଵେଚ୍ଛାକୃତ ଭାବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଛନ୍ତି।

ଟିକା ପାଇଁ ଚୟନ କରାଯିବା ପୂର୍ବରୁ ସେମାନଙ୍କୁ ପ୍ରଥମେ ଭଲ ଭାବେ ପ୍ରକ୍ରିୟା ବିଷୟରେ ଅବଗତ କରାଯିବ। ଦ୍ଵିତୀୟ ପର୍ଯ୍ୟାୟରେ କେବଳ ସୁସ୍ଥ ବ୍ୟକ୍ତିଙ୍କୁ ହିଁ ଭ୍ୟାକସିନ ଦିଆଯିବ। ହସ୍ପିଟାଲ ଏ ପର୍ଯ୍ୟନ୍ତ ମାସେ ପୂର୍ବରୁ ଭ୍ୟାକସିନ ଦିଆଯାଇଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ସାର୍ବଜନୀନ କରି ନାହିଁ। କିନ୍ତୁ ଇଂରାଜୀ ଦୈନିକ ଇଂରାଜୀ ଖବର କାଗଜ ‘ଦ ଏକ୍ସପ୍ରେସ୍‌’ ଦ୍ଵାରା ଯୋଗାଯୋଗ କରିଥିବା ଦୁଇ ଜଣ ବ୍ୟକ୍ତି କହିଛନ୍ତି ଯେ, ଟିକା ନେବା ପରେ ସେମାନଙ୍କଠାରେ କୌଣସି ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିନାହିଁ। ସେମାନେ ବର୍ତ୍ତମାନ ସୁସ୍ଥ ଅଛନ୍ତି।

ହସ୍ପିଟାଲ କର୍ତ୍ତୃପକ୍ଷ ଆମକୁ ଭ୍ୟାକସିନ ନେବା ପରେ ସ୍ଵାସ୍ଥ୍ୟ ସଂପର୍କିତ  ଜଟିଳତା ବିଷୟରେ ଜାଣିବା ପାଇଁ ଡାଏରୀରେ ଏକ ତାଲିକା କରିବାକୁ କହିଥିଲେ। ଟିକା ନେଇଥିବା ବ୍ୟକ୍ତି କହିଛନ୍ତି ତାଙ୍କୁ ଜ୍ଵର, ମୁଣ୍ଡ ବ୍ୟଥା କି ଅନ୍ୟ କୌଣସି ଶାରୀରିକ ସମସ୍ୟା ହୋଇ ନାହିଁ। ସମୟ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷ ଆମ ସ୍ଵାସ୍ଥ୍ୟ ଯାଞ୍ଚ କରନ୍ତି।

ବ୍ୟକ୍ତି ଜଣକ କହିଛନ୍ତି ମୋର ରକ୍ତ ନମୂନା ପାଞ୍ଚ ଥର ସଂଗ୍ରହ କରାଯାଇଛି। ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପରେ ହସ୍ପିଟାଲ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଥରେ ପରୀକ୍ଷଣ ସଫଳ  ହୋଇଗଲେ ଭ୍ୟାକସିନ ୨୦୨୧ ପ୍ରାରମ୍ଭରେ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.