ଆସନ୍ତାକାଲି ଜାରି ହେବ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍‌ର ଗାଇଡ୍‌ଲାଇନ୍: ଗୁରୁତ୍ବପୂର୍ଣ୍ଣ ରହିଛି ଏପ୍ରିଲ ୨୦ ତାରିଖ

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ୧୪/୪: ସାରା ଦେଶରେ ବଢ଼ିଲା ଲକଡାଉନ୍ ଅବଧି । ମେ' ୩ ଯାଏ ଲକ୍ ଡାଉନ୍ ଅବଧି ବଢିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ଆଜି ରାତି ୧୨ ଟାରେ ଶେଷ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏହାକୁ ଆଉ ୧୯ ଦିନ ବୃଦ୍ଧି କରାଯାଇଛି । ତେବେ ଏପ୍ରିଲ ୨୦ ପରେ ଏହାକୁ ରାଜ୍ୟ ଅନୁଯାୟୀ ସମୀକ୍ଷା କରାଯିବା । ଏଥିସହିତ କଟକଣା ପାଇଁ କଣ ଗାଇଡଲାଇନ ରହିବ ସେନେଇ ଆସନ୍ତାକାଲି ଘୋଷଣା କରାଯିବ।

ମେ’ ୩ ଯାଏ ବଢିଲା ଲକଡାଉନ୍ ଅବଧି । ଘୋଷଣା କଲେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି।  ପ୍ରଥମ ପର୍ଯ୍ୟାୟରେ ୨୧ ଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ ୧୯ ଦିନ ବଢ଼ିଲା ଲକଡାଉନ । ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ଓ ନାଗରିକମାନଙ୍କ ପରାମର୍ଶ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଆସନ୍ତାକାଲି ଲକଡାଉନ୍ ନେଇ ଏକ ଗାଇଡଲାଇନ୍ ଜାରି କରାଯିବ ।

ତେବେ ଏହି ୧୯ ଦିନ ଭିତରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ ହେଉଛି ଏପ୍ରିଲ ୨୦ । ଏପ୍ରିଲ ୨୦ ଯାଏ ଏହି କଟକଣା କଡ଼ାକଡ଼ି ପାଳନ କରାଯିବ । ଏହି ଦିନ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନର ସମୀକ୍ଷା କରାଯିବ। ଜିଲ୍ଲା, ଥାନା ଏବଂ ରାଜ୍ୟ ଗୁଡ଼ିକର ସ୍ଥିତି ସମୀକ୍ଷା ପରେ ଯେଉଁ ଅଞ୍ଚଳରେ କରୋନା ହଟ୍ ସ୍ପଟ୍ ସଂଖ୍ୟା ବୃଦ୍ଧି ପାଇନଥିବ ସେଠାରେ ସର୍ତ୍ତ ଅନୁଯାୟୀ କିଛି ନିୟମ କୋହଳ କରାଯିବା ସହ ଜରୁରୀ ସେବା ଚାଲୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ମେ ୩ ପର୍ଯ୍ୟନ୍ତ ଦେଶରେ ଉଭୟ ରେଳ ଓ ବିମାନ ସେବା ବାତିଲ । କେନ୍ଦ୍ର ରେଳମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଯାତ୍ରୀବାହି ଟ୍ରେନ ବାତିଲ କରାଯାଇଥିବା ବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ଏହି ସମୟରେ କୌଣସି ଯାତ୍ରୀବାହୀ ଟ୍ରେନର ଆଡଭାନ୍ ସ ବୁକିଂ କରାଯିବ ନାହିଁ। ଆଜିଠୁ ମେ ୩ ପର୍ଯ୍ୟନ୍ତ ଆଡଭାନସ ବୁକିଂ ହୋଇଥିବା ସମସ୍ତ ଟିକେଟ୍  ଅର୍ଥ ଶତ ପ୍ରତିଶତ ଫେରସ୍ତ କରାଯିବ। ତେବେ ମାଲବାହୀ ଗାଡ଼ି ଗୁଡ଼ିକର ଚଳପ୍ରଚଳ ଜାରି ରହିବ। ପରବର୍ତ୍ତୀ ରେଳ ଚଳାଚଳ ଏବଂ ଟିକେଟ ବୁକିଂ କେବେ କରାଯିବ ସେ ସଂପର୍କରେ ରେଳବାଇ ପକ୍ଷରୁ ସୂଚନା ଦିଆଯିବ। କରୋନା ଭାଇରସ୍ ବିପକ୍ଷରେ ଭାରତର ସଂଗ୍ରାମକୁ ବିଶ୍ବ ପ୍ରଶଂସା କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।  ନିଜେ ବେପରୁଆ ହୁଅନ୍ତୁ ନାହିଁ କି, ଅନ୍ୟକୁ ବେପରୁଆ କରାଇ ଦିଅନ୍ତିୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।

ପୂର୍ବରୁ ଓଡ଼ିଶା ସମେତ ୭ ରାଜ୍ୟ କଟକଣା ଏପ୍ରିଲ ୩୦ ତାରିଖ ଯାଏଁ ବଢ଼ାଇ ସାରିଛନ୍ତି। ତେବେ କେନ୍ଦ୍ର ସରକାର ଆଉ ତନି ଦିନ ଆଗକୁ ଆଖିଆଗରେ ରଖି ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧି ବଢ଼ାଇଛନ୍ତି। ଏହା ମଧ୍ୟରେ ମେ ୧ରେ ଶ୍ରମିକ ଦିବସ ଏବଂ ୩ ତାରିଖ ରବିବାର ଛୁଟି ରହିଛି। ଯେଉଁଥିପାଇଁ ଆଉ ତିନି ଦିନ ଲକଡାଉନ ବଢ଼ାଇବା ଉପରେ କେନ୍ଦ୍ର ଜୋର ଦେଇଥିବା ଚର୍ଚ୍ଚା ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.