ଜୋରସୋରରେ ଚାଲିଛି ମୃଣ୍ମୟୀ ପ୍ରତିମା ନିର୍ମାଣ, ଆଜି ମାଙ୍କ ଠାରେ ଲାଗିଲା ଖଡିଲାଗି

Published By : Prameya-News7 Bureau | October 06, 2021 IST

ସାଲେପୁର ୦୬।୧୦: ଆଉ ଦିନ କେଇଟା ଦିନ ପରେ ଧରାପୃଷ୍ଟକୁ ଓହ୍ଲାଇବେ ଜଗତ ଜନନୀ ମା ଦଶଭୁଜା। ଗତ ବର୍ଷ ଥିଲା କୋଭିଡ କଟକଣା। ହେଲେ ଚଳିତ ବର୍ଷ  କୋଭିଡ କଟକଣା ମଧ୍ୟରେ ପୂଜା ଉତ୍ସବ ପାଳନ ପାଇଁ ସରକାର ଗାଇଡ଼ ଲାଇନ ଜାରି କରି ସାରିଛନ୍ତି । ତେବେ କଟକ ଜିଲ୍ଲା ସାଲେପୁର ସହରରେ ଥିବା ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ମା ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ଯୋର ସୋରରେ ଚାଲିଛି । ଆଜି ଥିଲା ଖଡ଼ିଲାଗି ଅମାବାସ୍ୟା । ଏନେଇ ମାଙ୍କ ମୁଣ୍ମୟୀ ପ୍ରତିମାରେ ଖଡ଼ିଲାଗି କରାଯାଇଛି । ତେବେ ବିନା ଭକ୍ତରେ ନିରାଡ଼ମ୍ବର ଭାବେ ମା ଦଶଭୁଜାଙ୍କ ପୂଜାନୀତି ଚଳିତ ବର୍ଷ ଅନୁଷ୍ଠିତ ହେବ । ସେଥିଲାଗି ପୂଜା କମିଟି ମାନେ ଯଥେଷ୍ଟ ଯତ୍ନବାନ ରହିଥିବା କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.