ଜୁନ୍ ୧୭ରେ ଖୋଲିବ ନାହିଁ ସ୍କୁଲ: କାଲିଠୁ ଆରମ୍ଭ ହେବ +୨ ଖାତା ଦେଖା

Published By : Prameya-News7 Bureau | May 31, 2020 IST

ଭୁବନେଶ୍ବର୩୧/୫: ଯାହା ପୂର୍ବରୁ କୁହାଯାଉଥିଲା ଜୁନ୍‌ ୧୭ରେ ଖୋଲିବ ସ୍କୁଲ ସେମିତି କିନ୍ତୁ ସମ୍ଭାବନା ନାହିଁ। ଜୁଲାଇ ମାସରେ ସ୍କୁଲ ଖୋଲିବା ଉପରେ ନିଷ୍ପତି ନେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସେପଟେ କରୋନା କଟକଣା ଯୋଗୁଁ ପାଠ ପଢାରେ  ଉପୁଜିଛି ବାଧା। ଆସନ୍ତାକାଲିଠାଲୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଇ -ଭାଲ୍ୟୁସନ। 

ଜୁନ୍ ୧୭ରେ ଖୋଲିବ ନାହିଁ  ସ୍କୁଲ । ଏମିତି ଜୁନ ମାସରେ ବି ଖୋଲିବନି।  ଜୁଲାଇ ମାସରେ କରୋନା  ସ୍ଥିତିର ଅନୁଧ୍ୟାନ ପରେ  ସ୍କୁଲ କେବେ ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ । କେନ୍ଦ୍ର ସରକାର ଜାରି କରିଥିବା ସାନି ଗାଇଡଲାଇନ ଅନୁସାରେ ଜୁଲାଇ ମାସ ପୂର୍ବରୁ ସ୍କୁଲ ଖୋଲିବା ସମ୍ଭାବନା ନାହିଁ।  ସେହିପରି ଲକ୍‌ଡାଉନ ଯୋଗୁ  ଅଧାରେ ରହିଛି ଯୁକ୍ତ ଦୁଇ ପରୀକ୍ଷା। ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ଇ ମୂଲ୍ୟାୟନ ଆରମ୍ଭ ହେବ।

କାଲି ଠାରୁ  ରାଜ୍ୟର ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା । ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ ଇ ମୁଲ୍ୟାୟନ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା୩୦ ଓ ଦ୍ବିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ ।  ଜୁନ୮ ତାରିଖରୁ ଅଫଲାଇନରେ ଖାତା ମୁଲ୍ୟାୟନ ହେବ ।  ୨୩ଟି କେନ୍ଦ୍ରରେ ପରୀକ୍ଷା ଖାତା ମୁଲ୍ୟାନ ହେବ । କିଛି କେନ୍ଦ୍ରରେ  କେରାନା କ୍ବାରେଣ୍ଟିନ ସେଣ୍ଟର  କରାଯାଇଥିବାରୁ  ଖାତା ଦେଖାରେ ବାଧା ଉପୁଜିବା  ସମ୍ଭାବନା ରହିଛି। ତେଣୁ କେନ୍ଦ୍ରଗୁଡିକୁ ପ୍ରଥମେ ସାନିଟାଇଜ କରାଯିବ। ଏଥିସହ ମାସ୍କ ପିନ୍ଧିବା ଓ ଦୂରତା ଉପରେ ଗୁରୁତ୍ବ ଦିଆଯିବ। ୪୫ ଦିନ ମଧ୍ୟରେ  ରେଜଲ୍ଟ ପ୍ରକାଶ  କରିବାକୁ ଲକ୍ଷ୍ୟ  ଧାର୍ଯ୍ୟ ରଖାଯାଇଛି।  

୩ ଲକଡାଉନ ଯୋଗୁ  ଅନଲାଇନ ପାଠ ପଢାକୁ  ଗୁରୁତ୍ବ ​‌ଦେଉଛନ୍ତି ସରକାର । ହେଲେ  ଅନଲାଇନ କ୍ଲାସ ସେମିତି କିଛି ଆଶାନୁରୂପ ଫଳ ଦେଉନି। ଗାଁ ଗହଳିର ଗରିବ ପିଲାଙ୍କ ପାଖରେ ନା ଅଛି  ହାଇସ୍ପିଡ ଇଣ୍ଟରନେଟ ସୁବିଧା ନ ପାଖରେ ଅଛି  ଆଣ୍ଡ୍ରଏଡ ଫୋନ । କାଳବୌଶାଖୀ ଯୋଗୁ  ବିଜୁଳି  ବାଧକ  ସାଜିବା ସହ  ଅନଲାଇନ କ୍ଲାସ କରି ପାରୁ ନାହାନ୍ତି। ଫଳରେ ଅନଲାଇନ  କ୍ଲାସର ଫାଇଦା ଉଠାଇ ପାରୁ ନାହାନ୍ତି ଗାଁ ଗହଳିର ଗରିବ ଛାତ୍ର ଛାତ୍ରୀ।

ବିଜ୍ଞାନର ​ବାୟୋଲୋଜି, ଇକୋନୋମିକ୍ସ, ଷ୍ଟାଟିଷ୍ଟିକ୍ସ, ଆନ୍ଥ୍ରୋପୋଲୋଜି, ସୋସିଓଲୋଜି, ଭଳି ବଳକାଥିବା ୨୩ ଟି   ପରୀକ୍ଷା  ଜୁଲାଇ ପ୍ରଥମ ସପ୍ତାହରେ କରିବାକୁ ଯୋଜନା କରିଛି ବିଭାଗ। ପରୀକ୍ଷା ୧୫ ଦିନ ପୁର୍ବରୁ  ଏ ନେଇ ନୋଟିଫିକେସନ କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.