Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସରପଞ୍ଚ ସ୍ବାମୀଙ୍କ ଦାଦାଗିରି: ମାଡ଼ ମାରି ହିତାଧିକାରୀଙ୍କ ହାତ ଭାଙ୍ଗି ଦେଲେ, ଚୁଟି ଘୋଷାରି ତାଙ୍କ ସ୍ତ୍ରୀଙ୍କୁ ବାଡ଼େଇଲେ

27/05/2020 at 7:46 PM

କମାକ୍ଷାନଗର୨୭/୫: ସରପଞ୍ଚ ସ୍ବାମୀଙ୍କ ଦାଦାଗିରି। ହିତାଧିକାରୀ ଆବାସ ଯୋଜନାରେ ଖଣ୍ଡେ ଘର ପାଇବା ଲାଗି ସରପଞ୍ଚଙ୍କ ନିକଟରେ ଗୁହାରି କରିଥିଲେ। ଏହା ପରେ ଗୁହାରି ଶୁଣିବେ କଣ ଓଲଟା ହିତାଧିକାରୀଙ୍କୁ ମାଡ଼ ମାରିଥିଲେ ସରପଞ୍ଚଙ୍କ ସ୍ବାମୀ। କମାକ୍ଷାନଗର ଥାନା ଗୁନେଇବିଲି ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ସରପଞ୍ଚଙ୍କ ସ୍ବାମୀ ଶ୍ରିଧର ଲେଙ୍କା ଓ ତାଙ୍କର କିଛି ସମର୍ଥକଙ୍କ ବିରୋଧ ରେ ସଂଗୀନ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଗୁନେଇବିଲି ପଞ୍ଚାୟତର ଅଜୟବେହେରା ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ସେ ଗାଡି ଚଳାଇ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି l ତାଙ୍କର ଆବାସ ଯୋଜନାରେ କାହିଁକି ଘର ହେଉନାହିଁ, ଏନେଇ  ସେ ସରପଞ୍ଚଙ୍କୁ ପୂର୍ବରୁ ବାରମ୍ବାର ଜଣାଇଥିଲେ l

କିନ୍ତୁ କୌଣସି ସୁଫଳ ମିଳିନଥିଲା l ଏ ବିଷୟରେ ଅଜୟ ସରପଞ୍ଚଙ୍କ ସ୍ବାମୀ  ଶ୍ରୀଧରଲେଙ୍କାଙ୍କୁ ଜଣାଇବାରୁ ଉଭୟଙ୍କ ମଧ୍ୟରେ ସମାନ୍ୟ ବଚଷା ହୋଇଥିଲା l ଏହି କଥାକୁ ନେଇ ସରପଞ୍ଚଙ୍କ ସ୍ବାମୀ ଶ୍ରୀଧର ନିଜ ସମର୍ଥକଙ୍କ ସହ ଅଜୟଙ୍କ ଘରେ ପଶି ତାଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ ଉଦ୍ୟମ କରିଥିଲେ l ସେହି ସମୟରେ ଅଜୟଙ୍କ ବାପା କୈଳାଶ ବେହେରା ଘର ବାରଣ୍ଡାରେ ବସିଥିବା ବେଳେ ତାଙ୍କର ସମର୍ଥକମାନେ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ l ସେମାନଙ୍କ ମାଡ଼ରେ କୈଳାଶଙ୍କ ଡାହାଣ ହାତ ଭାଙ୍ଗି ଯାଇଛି ଓ ଜଙ୍ଘରେ ଆଘାତ ଲାଗିଛି l

ଏହା ବ୍ୟତୀତ ଅଜୟଙ୍କ ମୋଟର ସାଇକେଲକୁ ବାଡେଇ ଭାଙ୍ଗି ଦେଇଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କୁ ଧକା ମାରିବା, ଚୁଟି ଧରି ଘୋଷାରିବା ତଥା ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅଜୟଙ୍କ ସ୍ତ୍ରୀ ଭାଗ ବେହେରା l ଏ ସମ୍ପର୍କରେ କାମାକ୍ଷାନଗର ଥାନାରେ ଏତଲା ଦେବା ପରେ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ସମସ୍ତେ ଫେରାର ହୋଇଯାଇଥିବା ଜଣାପଡିଛି l ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡିଛି।

   Related Posts