Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ସରପଞ୍ଚଙ୍କୁ ଦିଆଗଲା ପଞ୍ଚାୟତବାସୀଙ୍କ ଦାୟିତ୍ବ

22/04/2020 at 4:42 PM

ଭଦ୍ରକ୨୨/୪: ଭିଡିଓ କନ୍‌ଫରେନ୍ସିଂରେ ସରପଞ୍ଚମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାଁରେ ବୁଲି ଲୋକମାନଙ୍କୁ ସଚେତନ କରିବା ଲାଗି ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  କରୋନା ବିରୋଧୀ ଲଢ଼େଇରେ ସରପଞ୍ଚମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କରୋନା ରୋକିବା ପାଇଁ ଏବେ ଗ୍ରାମପଞ୍ଚାୟତ ସ୍ତରରେ ସରପଞ୍ଚଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ କଥା ହୋଇଛନ୍ତି ।  ଏ ସଂପର୍କରେ କହିଛନ୍ତି, ଭଦ୍ରକ ଜିଲ୍ଳାର ଧାମନଗର ବ୍ଲକର ସୋହାଡ ପଞ୍ଚାତର ସରପଞ୍ଚ।

ଭିଡିଓ କନଫେରେନ୍ସ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ସରପଞ୍ଚ ମାନେ ଶପଥ କରିଛନ୍ତି । ଯେମିତି ବି ହେଉ କରୋନା ମୁକାବିଲାରେ ପଞ୍ଚାୟତବାସୀଙ୍କ ସାଥ୍ ଦେବେ । ରାଜ୍ୟ କିମ୍ବା ଅନ୍ୟ ଜିଲ୍ଲାରୁ  ଆସିଥିବା ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖିବେ । ସମସ୍ତଙ୍କୁ ସୁରକ୍ଷିତ ରଖିବା ସହ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇବେ। ହାତ ଧୋଇବା ସହ ମାସ୍କ ବ୍ୟବହାର ଉପରେ ମଧ୍ୟ ଧ୍ୟାନ ଦେବେ ।

   Related Posts