Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ପୋଲିସ୍‌ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ, କ୍ବାରେଣ୍ଟାଇନ୍ କେନ୍ଦ୍ର କାମରେ ବାଧା ଅଭିଯୋଗ

13/05/2020 at 3:25 PM

ଆନନ୍ଦପୁର୧୩/୫: କ୍ବାରେଣ୍ଟାଇନ୍‌ କେନ୍ଦ୍ର ପ୍ରସ୍ତୁତି କାମରେ ପୁଲିସ୍ ସାଜିଛି ବାଧକ। ଏହି ଘଟଣାରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ମହିଳା ସରପଞ୍ଚ। କରୋନା ମୁକାବିଲା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। କରୋନା ମୁକାବିଲା ନିମନ୍ତେ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି।

ବାହାର ରାଜ୍ଯରେ ଫସି ରହିଥିବା ଓଡିଆ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆ କିପରି ସୁରକ୍ଷିତ ରହିବେ, ସେନେଇ ପଞ୍ଚାୟତ ସ୍ତରରେ ବନ୍ଦୋବସ୍ତ କରାଯାଇଛି। ହେଲେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ପୁଲିସ୍‌ର ଆକ୍ରୋଶ ମୂଳକ ମନୋଭାବ ଯୋଗୁଁ କ୍ବାରେଣ୍ଟାଇନ୍‌ କେନ୍ଦ୍ର ଅଧାପନ୍ତରିଆ ଭାବେ ପଡି ରହିଥିବା ଅଭିଯୋଗ କରିଛନ୍ତି ମହିଳା ସରପଞ୍ଚ।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତ ହାଇସ୍କୁଲ ଠାରେ ହେବାକୁ ଥିବା କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ନୂଆ କରି ନିର୍ମାଣ ହୋଇଥିବା ଏହି ସ୍କୁଲରେ ପାଣି ଏବଂ ବିଦ୍ୟୁତର ସୁବିଧା ନଥିଲା। ଏପରି କି ଭଲ ରାସ୍ତାଟିଏ ମଧ୍ଯ ନଥିଲା । ଏଭଳି ପରିସ୍ଥିତିରେ ସୁବ୍ୟବସ୍ଥିତ କ୍ବାରେଣ୍ଟାଇନ୍ କେନ୍ଦ୍ର କରିବା ସରପଞ୍ଚଙ୍କ ପାଇଁ ଏକ ଚ୍ଯଲେଞ୍ଜ୍ ହୋଇ ପଡିଥିଲା। କ୍ବାରେଣ୍ଟାଇନ୍ କେନ୍ଦ୍ରଠାରେ ନୂଆଁ କରି ଖୋଳା ଯାଇଥିବା ନଳକୂପ ନିକଟରେ କଂକ୍ରିଟ କରିବା ପାଇଁ ମେଣ୍ଟାଲ ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ଯାଦେଶ ଦେଇଥିଲେ ସରପଞ୍ଚ। ହେଲେ ସମସ୍ତ ସରକାରୀ ନୀତିନିୟମରେ ମେଣ୍ଟାଲ ଏକ ଟ୍ରକ୍ ଯୋଗେ ଆସିଥିବା ସମୟରେ ଉକ୍ତ ଟ୍ରକ୍ ଟିକୁ ସୋସ ଥାନା ପୋଲିସ ଜବତ କରି ରଖିଛି।

ଜବତ ଟ୍ରକ୍ ଡ୍ରାଇଭରଙ୍କୁ ପୋଲିସ୍ ମାଡ ମାରିଥିବା ମଧ୍ଯ ଅଭିଯୋଗ ହୋଇଛି। ସେହିପରି ରାସ୍ତା ପାଇଁ ଆସୁଥିବା ମରୋମ ନିର୍ଦ୍ଧାରିତ ସରକାରୀ ବିଧି ବ୍ଯବସ୍ଥାରେ ଟ୍ରାକ୍ଟର ଯୋଗେ ଆସିବା ସମୟରେ ପୋଲିସ୍ ନାନାଦି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ଧନୁର୍ଜୟପୁର ସରପଞ୍ଚ ଅର୍ଣ୍ଣପୂର୍ନା ରାଉତ। ଗୋଟିଏ ପଟେ ପଞ୍ଚାୟତରେ କୂଶଟିକିରୀ ସ୍କୁଲ ଠାରେ ୮୮ ଶଯ୍ୟା ର ଏକମାତ୍ର କ୍କାରେଣ୍ଚାଇନ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଅନ୍ଯପଟେ ଏବେ ସୁଦ୍ଧା ୨୫୪ ଜଣ ପ୍ରବାସୀ ଶ୍ରମିକ ନାମ ପଞ୍ଜିକରଣ କରିସାରିଲେଣି।

   Related Posts