ଅସହାୟ ଲୋକଙ୍କୁ ଡାଲି, ଚାଉଳ ଓ ପନି ପରିବା ବାଣ୍ଟିଲେ ସରପଞ୍ଚ

Published By : Prameya-News7 Bureau | April 19, 2020 IST

ଭଦ୍ରକ୧୯/୪: କରୋନା ମହାମାରୀ ସମୟରେ ବହୁ ସହୃଦୟ ବ୍ୟକ୍ତି ନିଜର ପଣିଷ ପଣିଆ ଦେଖାଇଛନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଧାମନଗର ବ୍ଳକର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ଶ୍ରୀକାନ୍ତ ନାୟକ। ନିଜର ଅର୍ଜିତ ଧନରେ ରନ୍ଧା ଖାଦ୍ୟ କରି ପଞ୍ଚାୟତରେ ବାଣ୍ଟୁଛନ୍ତି। ପଞ୍ଚାୟତର ସରପଞ୍ଚ ଶ୍ରୀକାନ୍ତ ନାୟକ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ  ପ୍ରାୟ ୫୦ରୁ ଅଧିକ ଅସହାୟ ପରିବାରକୁ ମାଗଣାରେ ୨୫ କେଜି ଲେଖାଏଁ ଚାଉଳ ସହ ଡାଲି , ଆଳୁ , ଚୁଡା ଓ ପନିପରିବା ବାଣ୍ଟିଛନ୍ତି।

କରୋନା ମୁକାବିଲାରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। ଜନ ସାଧାରଣଙ୍କ ହିତରେ ବିଭିନ୍ନ ଯୋଜନା ରାଜ୍ୟ ସରକାର କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଅସ୍ଥାୟୀ  ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ହୋଇଛି। ପଞ୍ଚାୟତର ୪୫୦୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ୧୧୬୭ ରୁ ଅଧିକ ଲୋକଙ୍କୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ୧୦୦୦ ଟଙ୍କାର ଆର୍ଥିକ ସହାୟତା ଓ ୩ ମାସର ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ୩୧୮ ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିବା ବେଳେ ୭୦୦ରୁ ଅଧିକ ବିଭିନ୍ନ କ୍ଷେତ୍ରରେ ଭତ୍ତା ହିତାଧିକାରୀଙ୍କୁ ୧୬ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.