ତୁରନ୍ତ ଆକ୍ସନ: ୪୮ ଘଣ୍ଟା ପାଇଁ ନିଜ ପଞ୍ଚାୟତକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | June 07, 2020 IST

ଲାଞ୍ଜିଗଡ଼୭/୬: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲାଞ୍ଜିଗଡ ରୋଡ ଗ୍ରାମ ପଞ୍ଚାୟତକୁ ୪୮ ଘଣ୍ଟା ଲାଗି ସଟଡାଉନ୍ ଘୋଷଣା କଲେ ସରପଞ୍ଚ । ସକାଳ ୬ଟାରୁ ଲାଗୁ ହୋଇଛି ୪୮ ଘଣ୍ଟିଆ ସଟ୍ ଡାଉନ୍ । ଏହା ଆସନ୍ତା ୯ ତାରିଖ ମଙ୍ଗଳବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଞ୍ଚଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ଲାଞ୍ଜିଗଡରୋଡ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଟଙ୍କଧର ମାଝୀ  । କେବଳ ସ୍ବାସ୍ଥ୍ୟ ସମନ୍ଧୀୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।

{"id":282695,"width":517,"height":757,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.