୧୨ ନଂ ଓ୍ବାର୍ଡକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | May 29, 2020 IST

ଗଦରପୁର୨୯/୫: ୧୨ ନମ୍ବର ଓ୍ବାର୍ଡକୁ ୪୮ ଘଣ୍ଟା ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ। ଗରଦପୁର ବ୍ଲକ ପାଖଡ ପଞ୍ଚାୟତର ୧୨ ନଂ ଓ୍ବାର୍ଡକୁ ୪୮ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଜଣେ ଯୁବକ କ୍ବାରେଣ୍ଟାଇନରେ ୧୪ ଦିନ ରହିବା ପରେ ଆଜି ତାଙ୍କ ସ୍ବାବ୍ ପଜିଟିଭ ଆସିବା ପରେ ସରପଞ୍ଚ ସଟଡାଉନ୍ ଘୋଷଣା କରିଛନ୍ତି। ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪୮ ଘଣ୍ଟା ସଟଡାଉନ୍‌ ନିୟମକୁ ପାଳନ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଞ୍ଚାୟତ ବାସୀଙ୍କୁ ଚେତାବନୀ ଦେଇଛନ୍ତି ସରପଞ୍ଚ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.