୩ଟି ଗାଁକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | June 04, 2020 IST

ଭଦ୍ରକ୪/୬: ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳଙ୍କ କ୍ଷମତା। ସଂକ୍ରମଣରୁ ନିଜ ଅଞ୍ଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ପଞ୍ଚାୟତର ୩ଟି ରାଜସ୍ବ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଗୁରୁବାର ସନ୍ଧ୍ୟା  ୬ଟାରୁ ଆସନ୍ତା ୬ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଳ ମଣ୍ଡୁଆ ପଞ୍ଚାୟତର ଥିବା ୭ଟି ରାଜସ୍ବ ଗ୍ରାମ ମଧ୍ୟରୁ ୩ଟି ରାଜସ୍ବ ଗ୍ରାମକୁ ସଟଡାଉନ୍ ଘୋଷଣା କରିଛନ୍ତି।

{"id":281216,"sizeSlug":"large"}

ଗତ ୩ ତାରିଖରେ ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ତେଣୁ ଗାଁର ଅଧିକ ସଂକ୍ରମଣ କିପରି ନ ବ୍ୟାପିବ ସେନେଇ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ଜଳମଣ୍ଡୁଆ ପଞ୍ଚାୟତର ୩ଟି ଗାଁକୁ ସଟଡାଉନ୍ ଘୋଷଣା କରିଛନ୍ତି। ସେହି ଗାଁ ଗୁଡିକ ହେଲା ଭଗିବିନ୍ଧା, ସରିଫପୁର ଏବଂ କରଞ୍ଜିଗୁଣପୁର। ଏହି ୩ ଗାଁକୁ  ୪୮ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.