୨୧ ତାରିଖରୁ ରାଜଧାନୀରେ ଖୋଲିଲା ସେଲୁନ, ସ୍ପା ଓ ବ୍ୟୁଟି ପାର୍ଲର ସେଣ୍ଟର

Published By : Prameya-News7 Bureau | May 21, 2020 IST

ଭୁବନେଶ୍ବର୨୧/୫: ଖୋଲିଲା ସେଲୁନ, ସ୍ପା ଓ ବ୍ୟୁଟି ପାରଲର ସେଣ୍ଟର। କରୋନା ଯୋଗୁଁ ସେଲୁନ ସ୍ପା ଓ ବ୍ୟୁଟି ପାରଲରରେ ତାଲା ଝୁଲିଥିଲା । ତେବେ ବିଏମସିର ନୂଆ ଗାଇଡ ଲାଇନ୍ ଆସିବା ପରେ ସେଲୁନ ସ୍ପା ଓ ବ୍ୟୁଟି ପାରଲର ଖୋଲିଥିବାରୁ ଏବେ ଯୁବକ ଓ ଯୁବତୀ ବେଶ ଖୁସି ଅଛନ୍ତି।

କୋଭିଡ୍ ୧୯ ଯୋଗୁଁ ଲକଡାଉନ ଘୋଷଣା ହେବା ପରେ ଏହିସବୁ ଦୋକାନ ବନ୍ଦ ପଡିଥିଲା। ଯାହାକି ବ୍ୟୁଟି କନସନ ମହିଳା ଓ ଯୁବକମାନଙ୍କ ପାଇଁ ପାଲଟି ଥିଲା ଚିନ୍ତାର କାରଣ । ନିୟମିତ ବ୍ୟବଧାନରେ ବ୍ୟୁଟି ପାରଲର ସ୍ପା ଓ ସେଲୁନ ଯାଇ ନିଜର ରୂପ ଚର୍ଯ୍ୟା କରୁଥିବା ପରୁଷ ଓ ମହିଳାମାନଙ୍କ ପାଇଁ ଆଜି ଦିନ ଯେମିତି ଗୁଡ ନ୍ୟୁଜ ନେଇ ଆସିଛି। ବହୁତ ଦିନ ଧରି ସେଲୁନ ସ୍ପା ଓ ବ୍ୟୁଟି ପାରଲର ମାଲିକଙ୍କୁ ଅନୁରୋଧ କରୁଥିଲେ । ତେବେ ବିଏମସିର ନୂଆ ଗାଇଡ୍ ଲାଇନ ଆସିବା ପରେ ସେଲୁନ ସ୍ପା ଓ ବ୍ୟୁଟି ପାର୍ଲର ଖୋଲିଥିବାରୁ ଏବେ ଯୁବକ ଓ ଯୁବତୀ ବେଶ ଖୁସି ଅଛନ୍ତି। ରାଜଧାନୀର ଅଧିକାଂଶ ଅଞ୍ଚଳରେ ଛୋଟ ଛୋଟ ସେଲୁନଠୁ ଆରମ୍ଭ କରି ସ୍ପା, ପାର୍ଲର ଆଜିଠୁ ଖୋଲିଛି ।

କରୋନା ମହାମାରୀକୁ ନେଇ ରାଜଧାନୀରେ ସେଲୁନ, ସ୍ପା ଓ ବ୍ୟୁଟି ପାରଲରକୁ ବନ୍ଦ କରାଯାଇଥିଲା । ଦେଶର ଅଧିକାଂଶ ସହରରେ ସେଲୁନ, ସ୍ପା ଓ ବ୍ୟୁଟି ପରଲର ଯୋଗୁ କରୋନା ବ୍ୟାପିଥିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଏହି ଦୋକାନଗୁଡିକ ବନ୍ଦ କରିଥିଲା ବିଏମସି । ତେବେ ବିଏମସି ନୂଆ ଗାଇଡ ଲାଇନ ଜାରି ପରେ ସେଲୁନ ସ୍ପା ଓ ପାରଲରକୁ ଖୋଲିବାକୁ ଅନୁମତି ଦେଇଛି । ରାଜଧାନୀ ଅଧିକାଂଶ ବଡ ବଡ ପାରଲର ବିଏମସିର ଗାଇଡ ଲାଇନ୍ ମାନି ଦୋକାନ ଖୋଲିଛନ୍ତି । ପାରଲର ଭିତରୁ ପ୍ରବେଶ ପାଇଁ କେବଳ ଦୁଇ ଜଣଙ୍କୁ ଅନୁମତି । ଭିତରକୁ ଯିବା ପୂର୍ବରୁ ସାନିଟାଇଜର ବ୍ୟବହାର ଅନିବାର୍ଯ୍ୟ। ସମସ୍ତେ ମାସ୍କ ବ୍ୟବହାର କରିବେ । ଦୋକାନ ଭିତରେ ସାମାଜିକ ଦୂରତା ରଖି ଲୋକ ସେବା ଯୋଗାଇ ଦେଉଥିବା ପାରଲର ଦୋକାନୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.