ଅନଲାଇନରେ ଔଷଧ ବିକ୍ରି ଉପରେ ଲାଗିବ ଅଙ୍କୁଶ! ରାଜ୍ୟକୁ ଭାରତୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ନିର୍ଦ୍ଦେଶ

Published By : Prameya-News7 Bureau | December 04, 2019 IST

ନୂଆଦିଲ୍ଲୀ୪/୧୨:  ଅନଲାଇନରେ ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ନିର୍ଦ୍ଦେଶ ଆସିଛି।ସିଡିଏସସିଓ ଅନଲାଇନ ଔଷଧ ବିକ୍ରି ଉପରେ ତତ୍‌କାଳୀନ ପ୍ରତିବନ୍ଧକ ଲଗାଇ ପାଇଁ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ  ଅନଲାଇନରେ ଔଷଧ ବିକ୍ରି ଉପରେ ଦିଲ୍ଲୀ ହାଇକୋର୍ଟ ଯେଉଁ ରାୟ ପ୍ରଦାନ କରିଛନ୍ତି। ତାହାକୁ ମାନିବାକୁ ପଡ଼ିବ।

ସିଡିଏସସିଓର ବରିଷ୍ଠ ଅଧିକାରୀ କେ ବଙ୍ଗାରୁରାଜନ କହିଛନ୍ତି, ଚଳିତ ବର୍ଷ ଅନଲାଇନରେ ବିକ୍ରି ହେଉଥିବା ଔଷଧ ଉପ​‌ରେ ପ୍ରତିବନ୍ଧକ ଲାଗିବ। ଏ ନେଇ ଦିଲ୍ଲୀ ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଜଣେ ଡାକ୍ତରଙ୍କ ପିଟିସନ ଆଧାରରେ ଅନଲାଇନରେ ଔଷଧ ବିକ୍ରି ଉପରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଉପରେ ନିର୍ଭର କରୁଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଅଦାଲତର ନିୟମ ଉଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ କହିଛନ୍ତି।

ସୂଚନା ଅନୁସାରେ ଦେଶରେ ଅନଲାଇନରେ ଔଷଧ ବିକ୍ରିକୁ ନେଇ ବହୁ ନିୟମ ରହିଛି। ଏହ ସତ୍ତ୍ବେ ବହୁ ଇ-ଫାର୍ମାସୀ କମ୍ପାନୀ ଅନଲାଇନରେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ଏଥିରେ ମେଡଲାଇଫ୍‌ , ନେଟ୍‌ମେଟ୍‌ସ୍‌. ଫାର୍ମଇଜି ଓ ସିକୌୟାର ୧ ଏମଜି ଭଳି କମ୍ପାନୀ ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.