ବହୁ ଦୂରରେ ସାମାଜିକ ଦୂରତା ନିୟମ: ସାଲେପୁର ବଜାରରେ ଦେହକୁ ଦେହ ଘସି ହେଉଛି

Published By : Prameya-News7 Bureau | April 20, 2020 IST

ସାଲେପୁର୨୦/୪: ରାସ୍ତାରେ ଅଟକିଗଲା ୧୦୮ ଆମ୍ବୁଲାନ୍ସ। ଗତ ରବିବାର କଟକ ସାଲେପୁର ବଜାରରେ ଅମ୍ବୁଲାନ୍ସ ଅଟିକିଗଲା। ଲକଡାଉନ୍ କଟକଣା ପାଇଁ ଜିଲ୍ଲା ପ୍ରଶାସନ ହାଟକୁ ସ୍ଥାନାନ୍ତର କରିଥିଲେ। ଏବେ ସାଲେପୁର ମୁଖ୍ୟ ବଜାରର  ଅର୍ଥାତ କଟକ- ଚନ୍ଦବାଲି ରାସ୍ତା ଏବଂ କୁଆଁପାଳ ରାସ୍ତା କଡ଼ରେ ବସୁଛି ଏହି ହାଟ । ତେବେ ସାମାଜିକ ଦୂରତ୍ବ କଟକଣାକୁ ବେଖାତିର କରି ବ୍ୟବସାୟୀ ଓ ଗ୍ରାହକମାନେ ସାଲେପୁର କୁଆଁପାଳ ରାସ୍ତାରେ ବସାଉଛନ୍ତି ହାଟ। ରାଜ୍ୟ ସରକାର ଲକଡାଉନ୍  ଏବଂ ସାମାଜିକ ଦୂରତା ନିୟମକୁ ନମାନି ବଜାରରେ ଭିଡ଼ ଜମାଇବାରେ ଲାଗିଛନ୍ତି ବ୍ୟବସାୟୀ ଓ ଗ୍ରାହକ।

ଏପଟେ ସାଲେପୁର ପୋଲିସ ନିରବ ଦ୍ରଷ୍ଟା ସାଜିଛନ୍ତି। ସକାଳୁ ସକାଳୁ ଏପରି ଭିଡ଼ ଦେଖାଯାଉଛି ତାହା ଏହି ଫୋଟୋ ଚିତ୍ରରୁ ଆପଣ ସ୍ପଷ୍ଟ ଅନୁମେୟ କରୁଥିବେ। ଏହା ଭିତରେ ପୁରା ମାନବିକତା ଭୁଲି ଯାଇଛନ୍ତି ସମସ୍ତେ। ଏହି ଭିଡ଼ ପାଇଁ ଜରୁରୀ ସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ଗାଡିକୁ ବି କିଛି ସମୟ ରାସ୍ତାରେ ଅଟିକି ଯିବାକୁ ପଡୁଛି । ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ ପୋଲିସ ପ୍ରଶାସନ ଲଗାଉଛି କଟକଣ। କିନ୍ତୁ ଜିଲ୍ଲା ପ୍ରଶାସନ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.