Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନଭେମ୍ବର ୧ରୁ ବଦଳିଯିବ ଏହି ନିୟମ, ଆପଣଙ୍କ ପକେଟ୍ ଉପରେ ପଡିବ ସିଧାସଳଖ ପ୍ରଭାବ

27/10/2020 at 5:06 PM

ନୂଆଦିଲ୍ଲୀ ୨୭।୧୦: ଦେଶରେ ନଭେମ୍ବର ୧ରୁ ରୋଷେଇ ଗ୍ୟାସ୍ ସଂପର୍କିତ ନିୟମରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ନଭେମ୍ଵର ୧ରୁ ବିନା ଓଟିପିରେ ସିଲିଣ୍ଡର ମିଳିବ ନାହିଁ। ଏବେ ଆପଣଙ୍କର ଘରୋଇ ଗ୍ୟାସ୍‌ ସିଲିଣ୍ଡରର ହୋମ ଡେଲିଭରୀ ପ୍ରକ୍ରିୟା ପୂର୍ବ ପରି ରହିବ ନାହିଁ। ସୂଚନା ଅନୁଯାୟୀ ଚୋରି ରୋକିବା ଓ ଉପଯୁକ୍ତ ଗ୍ରାହକଙ୍କ ଚିହ୍ନଟ ପାଇଁ ତୈଳ କମ୍ପାନୀ ନୂତନ ଏଲପିଜି ସିଲିଣ୍ଡରର ନୂତନ ଡେଲିଭରି ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନୂତନ ସିଷ୍ଟମକୁ ଡିଏସି ନାମ ଦିଆଯାଇଛି ଅର୍ଥାତ ଡେଲିଭରି ଅଥେନଟିକେସନ କୋଡ୍। ଏହା ପ୍ରଥମେ ୧୦୦ ସ୍ମାର୍ଟ ସିଟିରେ ଲାଗୁ ହେବ। ନଭେମ୍ବର ୧ରୁ ସିଲିଣ୍ଡର ଦାମରେ ମଧ୍ୟ ପରିବର୍ତ୍ତନ ହେବ।

କେବଳ ବୁକିଂ କରି ଦେଲେ ସିଲିଣ୍ଡର ଡେଲିଭରି ହେବ ନାହିଁ। ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ କୋଡ୍ ପଠାଯିବ। ସେହି କୋଡ୍‌ଙ୍କୁ ଆପଣ ଯେ ପର୍ଯ୍ୟନ୍ତ ଡେଲିଭରି ବୟକୁ ଦେଖାଇବେ ନାହିଁ ସେ ପର୍ଯ୍ୟନ୍ତ ଆପଣଙ୍କୁ ସିଲିଣ୍ଡର ଡେଲିଭରି ହେବ ନାହିଁ। ଯଦି କୌଣସି ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଅପଡେଟ୍ ନାହିଁ ତେବେ ଡେଲିଭରି  ବୟ  ପାଖରେ ଏକ ଆପ୍‌ ରହିବ, ଯାହା ଜରିଆରେ ସେ ରିୟଲ ଟାଇମ୍‌ରେ ନମ୍ଵର ଅପଡେଟ୍ କରି ଦେବେ ଏବଂ ଏହା ପରେ କୋଡ୍ ଜେନେରେଟ୍ ହୋଇ ପାରିବ।

ନୂତନ ସିଷ୍ଟମରେ ସେହି ଉପଭୋକ୍ତାଙ୍କ ମୁସ୍କିଲ ବଢିବ ଯାହାଙ୍କ ଠିକଣା ଓ ମୋବାଇଲ ନମ୍ବର ଭୁଲ୍ ରହିଛି। ତେଣୁ ଏହି ପରି ଗ୍ରାହକଙ୍କ ସିଲିଣ୍ଡର ଡେଲିଭରି ରୋକି ଦିଆଯାଇପାରେ। ତୈଳ କମ୍ପାନୀ ପ୍ରଥମେ ଏହି ପ୍ରକ୍ରିୟାକୁ ୧୦୦ ସ୍ମାର୍ଟ ସିଟିରେ ଲାଗୁ କରିବେ। ପରେ ଧିରେ ଧିରେ ଅନ୍ୟ ସହରରେ ଲାଗୁ କରାଯାଇପାରେ। ଉଲ୍ଲେଖନୀୟ ଏହି ସିଷ୍ଟମ କର୍ମସିଆଲ ସିଲିଣ୍ଡର ଉପରେ ଲାଗୁ ହେବ ନାହିଁ।

   Related Posts