ଗାଁ- ସହର ସବୁଠି ସମାନ ନିୟମ, ହଲ୍‌ମାର୍କ ନ ଥିଲେ ସୁନା ଦୋକାନୀ ଭୋଗିବେ ତଣ୍ଡ...

Published By : Prameya-News7 Bureau | January 15, 2020 IST

 ଭୁବନେଶ୍ବର୧୫/୧: ସୁନା ଗହଣା କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର।ସୁନା କିଣିଲା ବେଳେ ଆପଣଙ୍କୁ ଆଉ ଠକାମୀର ଶିକାର ହେବାକୁ ପଡ଼ିବନି । କାରଣ କେନ୍ଦ୍ର ସରକାର ସୁନା ଗହଣା ବିକ୍ରି କରିବା ପାଇଁ ହଲମାର୍କ ଲୋଗୋକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନ ମାନିଲେ ସୁନା ଗହଣା ବ୍ୟବସାୟୀଙ୍କ  ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

{"id":211723,"sizeSlug":"large"}

 ବିନା ହଲମାର୍କରେ ଅଳଙ୍କାର ବିକିଲେ ହେବ ଜେଲ୍ । କାରଣ ହଲମାର୍କ ଲୋଗୋ ଥିବା ସୁନା ଗହଣା ବିକିବା ବାଧ୍ୟତାମୂଳକ । ବଡ ଜୁଏଲାରୀ ସପ୍ ହେଉ କି ଛୋଟ ଦୋକାନୀ । ଯଦି କେହି ବିନା ହଲମାର୍କର ସୁନା ଗହଣା ବିକ୍ରି କରନ୍ତି ତାହା ଅପରାଧ ଭାବେ ବିବେଚନା କରାଯିବ |  ଏଥିପାଇଁ ସୁନା ଦୋକାନୀଙ୍କୁ ବଡ଼ ମାତ୍ରାରେ ଜରିମାନା ସାଙ୍ଗକୁ ଜେଲ ମଧ୍ୟ ଯିବାକୁ ପଡିପାରେ | ଆଜିଠାରୁ ଏହି ନିୟମ ବିଧିବଦ୍ଧ ଭାବେ ଲାଗୁ ହୋଇଛି । ସୁନାର ଗୁଣବତ୍ତା ଏବଂ ଓଜନରେ ହେଉଥିବା ବ୍ୟାପକ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର  ଏପରି ନିୟମ ଆଣିଛନ୍ତି । ଯାହାକୁ ସୁନା ବ୍ୟବସାୟୀମାନେ ସ୍ବାଗତ କରିଛନ୍ତି ।

{"id":211724,"sizeSlug":"large"}

ଅନେକ ସୁନା ଦୋକାନୀ, ହଲମାର୍କ ସୁନା ବିକ୍ରି କରୁଛନ୍ତି ବୋଲି ବିଜ୍ଞାପନ କରୁଛନ୍ତି ।ହେଲେ ସେମାନଙ୍କର ଉପଯୁକ୍ତ ଲାଇସେନ୍ସ ନାହିଁ । ୨୦୨୧ ଜାନୁଆରୀ ୧୫ ପରଠାରୁ ସୁନା ଗହଣା ଉପରେ ହଲମାର୍କ ରହିବ | କିନ୍ତୁ ଆଜିଠାରୁ ବ୍ୟବସାୟୀ ବିନା ହଲମାର୍କର ସୁନା ଗହଣା କିଣିପାରିବେ ନାହିଁ।ଗୋଟିଏ ବର୍ଷ ମଧ୍ୟରେ ପୁରୁଣା ଷ୍ଟକ ଶେଷ କରିପାରିବେ। ଏହା ପରେ ଯଦି ଧରାପଡନ୍ତି ତା ହେଲେ ଦୋକାନର ସମସ୍ତ ସୁନା ଗହଣାକୁ ସିଜ୍ କରି ଦିଆଯିବ। ଏହି ନିୟମକୁ ସ୍ବାଗତ କରିବା ସହ ସୁନା କିଣିବା ବେଳେ ଆଉ ଠକାମୀର ଶିକାର ହେବେ ନାହିଁ ଗ୍ରାହକ ।

{"id":211725,"sizeSlug":"large"}

ସାଧାରଣତଃ ସୁନା ଗହଣା କିଣୁଥିବା ବେଳେ ସୁନା ନ ଚିହ୍ନି ପାରି ଲୋକେ ଅସଲି ସୁନା ବଦଳରେ ନକଲି ସୁନା ଗହଣା କିଣିଥାନ୍ତି | କିନ୍ତୁ ଆଜିଠାରୁ ଏହି ଠକାମୀରେ ପୂର୍ଣ୍ଣଚ୍ଛେଦ ପଡିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.