ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବେଳେ ମିଳିଲା ଶିବ ମନ୍ଦିରର ଭଗ୍ନାବଶେଷ: ଅଯୋଧ୍ୟାର ଇତିହାସକୁ ନେଇ ଉଠିଲା ନୂଆ ଚର୍ଚ୍ଚା

Published By : Prameya-News7 Bureau | May 21, 2020 IST

ଅଯୋଧ୍ୟା୨୧/୫: ଅଯୋଧ୍ୟାରେ  ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଏବେ ଜୋରସୋରରେ କାର୍ଯ୍ୟ ଜାରି ରହିଛି। ତେବେ ସେଠାରେ ଭୂ ସମତୁଲ କାର୍ଯ୍ୟ ଚାଲିଥିବା ବେଳେ ମିଳିଛି ଏକ ଶିବ ମନ୍ଦିରର ଭଗ୍ନାବଶେଷ।ପୁଣି ଅଯୋଧ୍ୟାର ଇତିହାସକୁ ନେଇ ଉଠିଲା ନୂଆ ଚର୍ଚ୍ଚା। ଆଇନ କାନୁନ ଲଢ଼େଇକୁ ନୁହେଁ। ବରଂ ଏହାର ଆଧ୍ୟାତ୍ମିକ ଇତିହାସକୁ ନେଇ ସବୁରି ମହଲରେ ଏବେ ନାନା ଚର୍ଚ୍ଚା ଉଠିଛି। ଅଯୋଧ୍ୟାରୁ ମିଳିଛି ଏକ ପୁରାତନ ଶିବମନ୍ଦିରର ଭଗ୍ନାବଶେଷ।ଏହା ପୁଣି ସେହି ସ୍ଥାନରୁ ମିଳିଛି ଯେଉଁଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଭୂସମତୁଲ କରାଯାଉଛି। ଏକ ଶିବଲିଙ୍ଗ ସହିତ କିଛି ମନ୍ଦିର ଖମ୍ବ ସେଠାରୁ ମିଳିଛି। ସେହିପରି କୁବେରତିଲାରେ ମଧ୍ୟ ଅନୁରୂପ କିଛି ଭଗ୍ନାବଶେଷ ମିଳିଛି।

ନ୍ୟାୟିକ ଲଢ଼େଇରେ ମନ୍ଦିର ନିର୍ମାଣ ପାଇଁ ମିଳିଛି ଅନୁମତି। ଏଥିସହିତ ୬୭ ଏକର ସ୍ଥାନରେ ଏଠାରେ କାର୍ଯ୍ୟାରମ୍ଭ କରିବା ଲାଗି ଜିଲ୍ଲା ପ୍ରଶାସନ ମଧ୍ୟ ଅନୁମତି ଦେଇଛି। ମାର୍ଚ୍ଚ ମାସରୁ ରାମଲାଲାଙ୍କ ମୂର୍ତ୍ତି ଏକ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ନୂଆ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଦଶ ଦିନ ଧରି ସେଠାରେ ଭୂ ସମତୁଲ କାର୍ଯ୍ୟ ଚାଲିଛି। ଆଉ ଏହି ସମୟରେ ସେଠାରୁ ମିଳିଛି ପୁରାତନ ମନ୍ଦିରର ଅଂଶ ବିଶେଷ ଯାହାସବୁ ସେଠାରେ ଆବିଷ୍କୃତ ହୋଇଛି ସେ ମଧ୍ୟରେ ରହିଛି ୫ ଫୁଟର ଶିବଲିଙ୍ଗ, ୭ଟି ବ୍ଲାକଷ୍ଟୋନ ଖମ୍ବ ଏବଂ ୬ଟି ସ୍ୟାଣ୍ଡ ଷ୍ଟୋନ ପିଲାର। ଏଥିସହିତ କିଛି ଦେବାଦେବୀଙ୍କ ମୂର୍ତ୍ତି ଭଗ୍ନାବଶେଷ ମଧ୍ୟ ଉଦ୍ଧାର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.