Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସରକାରୀ ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

30/10/2020 at 11:08 AM

କଟକ୩୦/୧୦: କୁମାରପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ପାଇଁ ଆସନ୍ତା ୩୦ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ସରକାରୀ ଛୁଟି ରହିଛି । ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିଲେ ମଧ୍ୟ ସମସ୍ତ ଆର୍‌ଟିଓ କିନ୍ତୁ ଖୋଲା ରହିବ ।

ଏହି ୩ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆର୍‌ଟିଓରେ ରୋଷ୍ଟର୍‌ ଡ୍ୟୁଟି ଆଧାରରେ କର୍ମଚାରୀମାନେ କାର୍ଯ୍ୟ କରିବେ । ଏହି ସମୟରେ ସମସ୍ତ ନୂଆ ଗାଡି ପଞ୍ଜୀକରଣ କାର୍ଯ୍ୟ କରାଯିବ । ଗାଡ଼ି ପଞ୍ଜୀକରଣ ପାଇଁ ଆସୁଥିବା ସମସ୍ତ କାଗଜପତ୍ରକୁ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯିବ । ଏଥିପାଇଁ ପ୍ରତ୍ୟେକ ଆର୍‌ଟିଓ ଆବଶ୍ୟକ ବ୍ୟବସ୍ଥା କରିବେ । ଏପରିକି ଏହି କାର୍ଯ୍ୟକୁ ଆହୁରି ସହଜ କରିବା ଲାଗି ଆର୍‌ଟିଓମାନେ ନିଜ ଘରେ ରହି ବି ଛୁଟି ତିନିଦିନ କାର୍ଯ୍ୟ କରି ପାରିବେ । ଏହି ସମୟରେ ଯେପରି କୌଣସି ଜଣେ ଡିଲର ନିୟମ ଉଲ୍ଲଂଘନ କରି ବିନା ପଞ୍ଜୀକରଣରେ ଗାଡି ବିକ୍ରି ନକରନ୍ତି ତାହା ଆରଟିଓମାନେ ନିଶ୍ଚିତ କରିବେ ବୋଲି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ଯଦି କୌଣସି ଡିଲର୍‌ ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରିଥିବା ଜଣାପଡେ ସେମାନଙ୍କ ଟ୍ରେଡ୍‌ ଲାଇସେନ୍ସକୁ ବାତିଲ୍‌ କିମ୍ବା ନିଲମ୍ବନ କରାଯାଇପାରେ ବୋଲି କୁହାଯାଇଛି ।

   Related Posts