Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଆୟଠୁ ସମ୍ପତ୍ତି ଅଧିକା, ହିସାବ ଦେଇ ପାରିଲେନି ଆର୍‌ଟିଓ: ଗିରଫ କରି କୋର୍ଟ ପଠାଇଲା ଭିଜିଲାନ୍ସ

9/03/2020 at 5:37 PM

ନବରଙ୍ଗପୁର୯/୩: ୪ ଦିନ ତଦନ୍ତ ପରେ ନବରଙ୍ଗପୁର ଆର୍‌ଟିଓ ଗଣେଶ୍ବର କଅଁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଉଛନ୍ତି ଆର୍‌ଟିଓ। ଗତ କିଛିଦିନ ତଳେ ଆର୍‌ଟିଓ ଅଫିସର ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଲକ୍ଷ୍ମୀ ହରିଜନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ନାଁ ରେ ତାଙ୍କ ଠାରୁ ଆର୍‌ଟିଓ ଟଙ୍କା କାରବାର ହୋଇଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।

 ଏହା ପରେ ଭିଜିଲାନ୍ସ ବିଭାଗର ୧୦ ଜଣିଆ ଟିମ୍‌ ଆର୍‌ଟିଓ ଗଣେଶ୍ବର କଅଁରଙ୍କ ନବରଙ୍ଗପୁର କାର୍ଯ୍ୟାଳୟ, ନବରଙ୍ଗପୁର ସ୍ଥିତ ବାସ ଭବନ, ଭୁବନେଶ୍ବର ବାସ ଭବନ ଏବଂ କନ୍ଧମାଳ ସ୍ଥିତ ବାସ ଭବନ ସବୁଠାରେ ଏକକାଳୀନ ଚଢ଼ାଉ କରିଥିଲେ।  ଆର୍‌ଟିଓଙ୍କ  ସମ୍ପତ୍ତିର ଆକଳନ କରିବା ପରେ ଆର୍‌ଟିଓ ଗଣେଶ୍ବର କଅଁର ୧ କୋଟି ୫୭ ଲକ୍ଷ ୪୭ ହଜାର ୬୮୫ ଟଙ୍କାର ହିସାବ ଦେଇ ପାରି ନଥିଲେ। ଗତ ମାର୍ଚ୍ଚ ୫ ତାରିଖ  ଭୋହରୁ ଭିଜିଲାନ୍ସ ବିଭାଗ ଚଢ଼ାଉ ଆରମ୍ଭ କରିଥିଲା ।

   Related Posts