Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନର୍ସଙ୍କ ଉପରେ ଖସି ପଡିଲା ଛାତ: ଅଳ୍ପକେ ବର୍ତ୍ତିଗଲେ ବୀଣାପାଣୀ

11/06/2020 at 7:36 PM

ବାଲାଙ୍ଗୀର୧୧/୬: ଭୀମଭୋଇ ମେଡିକାଲରେ ଅଘଟଣ। ନର୍ସ ଉପରେ ଗଳି ପଡିଲା ଛାତ। ବଲାଙ୍ଗୀର ଭୀମଭୋଇ ମେଡିକାଲ ମାନସିକ ବିଭାଗରେ ଡ୍ୟୁଟି କରୁଥିବା ବେଳେ ବୀଣାପାଣୀ ପଟେଲ ନାମକ ଜଣେ ନର୍ସ ଉପରେ ହଠାତ ଛାତ ଭୁଷୁଡି ପଡିଥିଲା । ଏଥିରେ ନର୍ସ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସିଟି ସ୍କାନିଙ୍ଗ କରାଯାଇଛି। ଘଟଣାସ୍ଥଳରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଓ ପୂର୍ତ୍ତବିଭାଗ ଏସଡିଓ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି।

ତେବେ ମାନସିକ ବିଭାଗର ବିଲ୍ଡିଂଟି ବହୁପୁରୁଣା ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ତେବେ ଏ ନେଇ ପୂର୍ତ୍ତବିଭାଗ ଏସଡିଓ ଘଟଣାକୁ ନେଇ କିଭଳି ଭାବରେ ଛାତ ପଡିଲା  ?  କଣ ରହିଥିଲା ବିଲଡିଙ୍ଗର ସ୍ଥିତି ? କାମ ଠିକ ଭାବରେ ହୋଇଥିଲା ନା ନାହିଁ ? ତାକୁ ନେଇ ତଦନ୍ତ କରାଯିବା ସହ କୋଠା ମରାମତି ଦାୟିତ୍ବ ନେଇଥିବା ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫେଇ ଦେଇଛନ୍ତି।

   Related Posts