ରାସ୍ତା ଅବରୋଧ କଲେ କଣ୍ଟେନମେଣ୍ଟ୍‌ ଜୋନ୍‌ର ବାସିନ୍ଦା

Published By : Prameya-News7 Bureau | June 02, 2020 IST

କେନ୍ଦୁଝର୨/୬: କେନ୍ଦୁଝର ଜିଲ୍ଲାର ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ କଣ୍ଟେନମେଣ୍ଟ୍ ଜୋନ୍‌ର ଶତାଧିକ ମହିଳା ଓ ପୁରୁଷ। ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଶା କରି ଦୀର୍ଘ ଆଠ ଦିନ ଧରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ସେହି ଅଞ୍ଚଳକୁ ସିଲ୍ କରି ରଖାଯାଇଛି। ଯାହାଫଳରେ ଲୋକେ ଭୋକ ଉପାସରେ ରହୁଥୁବା ଅଭିଯୋଗ କରି ରାସ୍ତା ଅବରୋଧ କରିଛନ୍ତି। 

ଚଳିତ ମାସ ୨୬ ତାରିଖରେ କେନ୍ଦୁଝର ଜିଲ୍ଲାରେ ୮ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେନ୍ଦୁଝର ସହରର ୫ ନମ୍ବର ଓ୍ବାର୍ଡର କିମିରିଡୋଲୀ ଅଞ୍ଚଳର ଜଣେ କରୋନା ରୋଗୀ ଥିଲେ। ତେଣୁ ସେହି ୨୬ ତାରିଖ ଦିନ ଜିଲ୍ଲା ପ୍ରଶାସନ ସେହି ଅଞ୍ଚଳକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରି ସିଲ୍ କରିଥିଲା। ଏହାସହ ଆବଶ୍ୟକ ହେଲେ ଏହି ଅବଧି ବଢିବ ବୋଲି ସୂଚନା ଦିଆଯାଇଥିଲା । ହେଲେ ଆଜକୁ ୮ ଦିନ ବିତି ଯାଇଥିଲେ ମଧ୍ୟ କଣ୍ଟେନମେଣ୍ଟ୍ କଟକଣା ହଟି ନଥିବା ଗ୍ରାମବାସୀ କହିଛନ୍ତି। ଯାହାଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। 

ଲୋକଙ୍କର ଅଭିଯୋଗ ଅନୁସାରେ ୭୨ ଘଣ୍ଟା ପାଇଁ କଟକଣା ଜାରି ହୋଇଥିଲା ହେଲେ ୮ ଦିନ ହେଲାଣି କାହିଁକି କଟକଣା ହଟୁ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତେଣୁ ସେହି ଅଞ୍ଚଳରେ ଲାଗିଥିବା କଟକଣା ହଟାଇ ଦେବା ଲାଗି ସେମାନେ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ-ଜିଲ୍ଲାପାଳ , ପୌରପାଳିକାର କାର୍ଯ୍ୟକାରୀ ଅଧୀକାରୀ ଓ ପୋଲିସ ଘଟଣା ସ୍ଥଲରେ ପହଞ୍ଚି ଲୋକଙ୍କ ସହ ଅଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବାର ପ୍ରତିଶୃତି ଦେବା ସହ ୧୪ ଦିନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ରହିବ। ଏହା ପରେ ଗ୍ରାମବାସୀ ଧାରଣରୁ ଉଠିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.