Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଏବେବି ମଧୁବାବୁଙ୍କ ପ୍ରଭାବ ! କୁନି କୁନି ପିଲା କଲେ ରାସ୍ତା ସମତୁଲ

27/07/2021 at 2:33 PM

ଭଦ୍ରକ ୨୭/୭ : ଆମେ ପିଲାବେଳେ ବଢିରେ ପଢିଥିଲେ । କୁନି ପିଲାଟିଏ ନିଜ ହାତରେ ନିଜେ ରାସ୍ତା ମରାମତି କରିଥିଲା । ଆଉ ଭବିଷ୍ୟତରେ ସେ ବୋଲଇଥିଲେ ମଧୁ ବାରିଷ୍ଟର । ଏବେ ପୁଣିଥରେ ମଧୁବାବୁଙ୍କ ପ୍ରଭାବ ପଡିଛି ଗାଁ ଗହଳିରେ । କୁନି କୁନି ପିଲା ରାସ୍ତା ସମତୁଲ କରିବାକୁ ନିଜେ ଆଗେଇ ଆସିଛନ୍ତି । ରାସ୍ତା କଡରେ ପଡ଼ିଥିବା ମେଣ୍ଟାଲକୁ ଖାଲରେ ପକାଇ ସମତୁଲ କରିବା ପାଇଁ ଅଣ୍ଟା ଭିଡିଛନ୍ତି ପିଲାଏ ।

କିଏ ଅଖାରେ ବୋହି ନେଇଯାଉଛନ୍ତି ତ ଆଉ କିଏ ସାଇକେଲରେ ନେଇ ରାସ୍ତାରେ ଥିବା ଖାଲରେ ଢାଳି ସମାନ କରୁଛନ୍ତି । ଯାହାକି ଏହି ଚିତ୍ର ବୟାନ କରୁଛି, ବହିରେ ପଢ଼ୁଥିବା ତୁମ ପରି ଛୋଟ ପିଲା ଟିଏ ଉକ୍ତିକୁ । ଉକ୍ତ ଉକ୍ତିଟି ଆଜି ସତେ ଯେପରି ଏହି ପିଲାମାନଙ୍କ ମନରେ ଉଙ୍କି ମାରିଛି । ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତ ଆଦିବାସୀ କଲୋନୀ ଠାରୁ ବଗମରା ଗାଁକୁ ସଂଯୋଗ କରୁଥିବା ରାସ୍ତା ବର୍ଷା ହେଲେ ଶୋଚନୀୟ ହୋଇପଡେ ।

ଅନେକାଂଶ ରେ ଏହି ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ, ଆହୁରି କିଛି ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡ଼ିରହିଛି । ରାସ୍ତାର ଅବସ୍ଥା କଦର୍ଯ୍ୟ ହୋଇଥିବା ବେଳେ, ଲୋକମାନେ ଯିବା ଆସିବାରେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥାନ୍ତି । ଉକ୍ତ ରାସ୍ତା ଦେଇ ପିଲାଠୁ ବଡ଼ ସମସ୍ତେ ହଇରାଣ ହୋଇ ଯାଉଥିବା ବେଳେ, ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥାଏ ଏହି ରାସ୍ତାର ସମସ୍ୟା ।

ଲୋକମାନେ ଯିବ ଆସିବାରେ ହଇରାଣ ହେଉଥିବାର ଦୃଶ୍ୟ ଏହି କୁନି କୁନି ପିଲାମାନଙ୍କ ନଜରରେ ପଡିଥିଲା । ଶେଷରେ ନିର୍ବୋଧ, ନିଷ୍ପାପ କୁନି କୁନି ପିଲା ମାନେ ଏକ ହୋଇ ଏଭଳି ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ଉକ୍ତ ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ, ଅନ୍ୟମାନଙ୍କ ପାଇଁ ନିଶ୍ଚିନ୍ତ ଶିକ୍ଷଣୀୟ । ପିଲାମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

   Related Posts