ଲକଡାଉନ୍ରେ ରାସ୍ତାଘାଟ ଶୂନଶାନ: କିନ୍ତୁ କିଛି ମଣିଷଙ୍କ ଭିତରେ ଜାଗି ଉଠିଛି ମଣିଷ ପଣିଆ…
12/04/2020 at 3:21 PM

ନୂଆଦିଲ୍ଲୀ ୧୨/୦୪ : କରୋନା ଯୋଗୁଁ ସାରା ବିଶ୍ବବାସୀ ଅସ୍ତବ୍ୟସ୍ତ ହୋଇଗଲାଣି | କରୋନା ଭଳି ମହାମାରୀ ଯୋଗୁଁ ପୂରା ଦୁନିଆ ଶାନ୍ତ ହୋଇଯାଇଛି | ଜୀବନ ଯେମିତି ଗୋଟିଏ ସ୍ଥାନରେ ଅଟକି ଗଲା ଭଳି ଲାଗୁଛି। ବିଭିନ୍ନ ସମସ୍ୟା ଦେଇ ପୂରା ଦୁନିଆ ଗତି କରୁଛି | ଲକଡାଉନରେ ଜୀବନ ବିତୁଛି | ଭୟାବହ ମହାମାରୀ ଯୋଗୁଁ ଏବେ ଯାଏଁ ଲକ୍ଷେରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି | ୧୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି | ଭାରତରେ ମୃତକଙ୍କ ସଂଖ୍ୟା ୨୩୮ ଛୁଇଁଲାଣି | ୭ ହଜାରରୁ ଅଧିକ ସଂକ୍ରମଣର ଶିକାର ହୋଇଛନ୍ତି |
ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କ ଭିତରେ ମାନବିକତା ବଞ୍ଚି ରହିଛି | ଏମିତି କିଛି ଫଟୋ ରହିଛି ଯାହାକୁ ଦେଖି ଆପଣ ବି କହିବେ ମାନବିକତା ଜିନ୍ଦାବାଦ | ଲକ୍ଡାଉନ୍ ଚାଲିଥିବା ସମୟରେ କିଛି ସହୃଦୟ ବ୍ୟକ୍ତି ଭୋକିଲା ମଣିଷ ଏବଂ ଜୀବଜନ୍ତୁଙ୍କୁ ଖାଇବା ଦେବାର କିଛି ଦୃଶ୍ୟ ଆମେ ଆପଣଙ୍କ ସାମ୍ନାରେ ରଖିଛୁ। ଏହି ଫଟୋ ଚଣ୍ଡୀଗଡ଼ର, ଜଣେ ଟ୍ରାଫିକ ପୋଲିସ ଲକଡାଉନରେ ଫସିଥିବା ଜଣେ ଦିବ୍ୟାଙ୍ଗଙ୍କୁ ମାସ୍କ ପିନ୍ଧିବାରେ ସାହାଯ୍ୟ କରୁଛନ୍ତି | ଫଟୋ ଏପ୍ରିଲ ୯ ତାରିଖରେ ଉଠାଯାଇଥିଲା |

ଦ୍ବିତୀୟ ଫଟୋରେ ଜଣେ ବ୍ୟକ୍ତି ଗୁଣ୍ଡୁଚିମୂଷାକୁ ଡ୍ରପର ସାହାଯ୍ୟରେ ପାଣି ପିଆଉଛନ୍ତି | ଏହା କର୍ଣ୍ଣାଟକ ଚିକମଗଲୁର ଅଞ୍ଚଳର | ଏହି ଫଟୋ ଏପ୍ରିଲ ୧୧ ତାରିଖରେ ଉଠାଯାଇଥିଲା |

ତୃତୀୟ ଫଟୋରେ ଜଣେ ପରିବା ବିକାଳୀ ଘରକୁ ଫେରିବା ସମୟରେ ରାସ୍ତାରେ ଥିବା ବୁଲା କୁକୁର ଓ ମାଙ୍କଡଙ୍କୁ ପରିବା ଓ ଫଳ ଖାଇବାକୁ ଦେଉଛନ୍ତି | ଏହି ଫଟୋ ଏପ୍ରିଲ ୧୦ ତାରିଖରେ ଉଠାଯାଇଥିଲା | ଏହା ଉତ୍ତର ପ୍ରଦେଶର ରକାଧାନୀ ଲଖନଉ ଅଞ୍ଚଳର |
