ସାଗରମାଳା ଯୋଜନା: ଶହେ କୋଟି ଟଙ୍କାରେ ହେବ ଆରଓ-ପାକ୍ସ ଜେଟି ପ୍ରକଳ୍ପ, ଧାମରାରୁ କେନ୍ଦ୍ରାପଡାକୁ ୬ ଘଣ୍ଟାର ରାସ୍ତା ଲାଗିବ ଘଣ୍ଟାଏ

Published By : Prameya-News7 Bureau | April 17, 2021 IST

ଭୁବନେଶ୍ଵର ୧୭।୦୪: କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନାରେ ତିଆରି ହେବ ଆରଓ-ପାକ୍ସ ଜେଟି ପ୍ରକଳ୍ପ। ଶହେ କୋଟି ଟଙ୍କାର ଏହି ପ୍ରୋଜେକ୍ଟରେ ଭଦ୍ରକ ଜିଲ୍ଲା ଧାମରାରୁ କେନ୍ଦ୍ରାପଡାକୁ ଯାତାୟତ ସମୟ ୬ ଘଣ୍ଟା ପରିବର୍ତ୍ତେ ଘଣ୍ଟାଏ ଲାଗିବ । କେବଳ ଯାତ୍ରୀ ନୁହନ୍ତି ଏହି ବାଟ ଦେଇ ଯାନବାହାନ ପରିବହନ ହେବ । ୧୦ ମୋଟର ଯାନ ସହ ୨୯ ଟି ଦୁଇ ଚକିଆ ଓ ୬୦ ଯାତ୍ରୀଙ୍କୁ ପରିବହନ କରିପାରୁଥିବା ବଡ ଯାନ୍ତ୍ରିକ ପୋତ ବା ବୋଟ ଚାଳନା ପାଇଁ ମଧ୍ୟ ଭିତ୍ତିଭୂମି ନିର୍ମାଣ ହୋଇପାରିବ।

କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନାରେ ନିର୍ମାଣ ହେବ ଆରଓ-ପାକ୍ସ ଜେଟି ପ୍ରକଳ୍ପ।  ଶହେ କୋଟି ଟଙ୍କାର ଏହି ପ୍ରକଳ୍ପରେ ଭଦ୍ରକ ଧାମରା ସ୍ଥିତ କାଳୀନାଳି ଠାରୁ କେନ୍ଦ୍ରାପଡ଼ାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ପ୍ୟାକ୍ସ ବା ରୋଲ ଅନ୍ ଓ ରୋଲ୍ ଅଫ ଯାତ୍ରୀବାହୀ ଜେଟି ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ।  ଏଥିପାଇଁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୧୧୦ କୋଟି ଟଙ୍କା ବ୍ୟୟ ଅନୁମୋଦନ ହୋଇଛି। କେନ୍ଦ୍ର ପ୍ରକଳ୍ପ ଅର୍ଥର ୫୦ ପ୍ରତିଶତ ଦେବାକୁ ଥିବା ବେଳେ ରାଜ୍ୟ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ। କାଳୀନାଳି ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତାଶ୍ରୟ , ପାର୍କିଂ ଅଞ୍ଚଳ ବିକାଶ ଭଳି ଉପଯୋଗିତା ଭିତ୍ତିଭୂମି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ଏହି ଜଳ ମାର୍ଗ ହେବା ଫଳରେ ପୂର୍ବରୁ ଯେଉଁ ଦୂରତା ଅତିକ୍ରମ କରିବାକୁ ୬ ଘଣ୍ଟା ଲାଗୁଥିଲା ତାହା ମାତ୍ର ୧ ଘଣ୍ଟା ଲାଗିବ । ପିଟିସି-ଅଜୟ ପଣ୍ଡା

ଆରଓ ପ୍ୟାକ୍ସ ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଞ୍ଚ ଓ ଅନ୍ୟ ଡଙ୍ଗା ଯାତାୟାତ ପାଇଁ ସୁବିଧା ହେବ। ସେହିପରି ଏକ ସମୟରେ ୧୦ଟି ମୋଟର ଯାନ, ୨୦ଟି ଦୁଇ ଚକିଆ ଓ ୬୦ ଜଣ ଯାତ୍ରୀଙ୍କୁ ପରିବହନ କରିପାରୁଥିବା ବଡ଼ ଯାନ୍ତ୍ରିକ ପୋତ ଚଳାଚଳ ପାଇଁ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ହୋଇପାରିବ। ଏହା ଚାରିପାଖରେ ଥିବା ଲୋକଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।  ତାଳଚୁଆରୁ ଧାମରା ପର୍ଯ୍ୟନ୍ତ ୨ଶହ କିଲୋମିଟର ରାସ୍ତାର ଦୂରତା ହ୍ରାସ ହେବ।

ଭଦ୍ରକ କାଳୀନାଳି ଘାଟଠାରୁ ୪ କିଲୋମିଟର ଦୂରରେ ଅବସ୍ଥିତ କେନ୍ଦ୍ରପଡାର ତାଳଚୁଆ । ସଡ଼କ ପଥରେ କୌଣସି ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଲୋକେ କାଳୀନାଳି ଏବଂ ତାଳଚୁଆ ଘାଟରୁ ନଦୀରେ ପାଖାପାଖି ୭ କିଲୋମିଟର ରାସ୍ତା ଡଙ୍ଗାରେ ଅସୁରକ୍ଷିତ ଅବସ୍ଥାରେ ପାର ହୋଇଥାନ୍ତି । କିନ୍ତୁ ଏହି ପ୍ରକଳ୍ପ ପରେ ସମୟ ସହ ଧନଜୀବନ ମଧ୍ୟ ସୁରକ୍ଷିତ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.