Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେର ରିପୋର୍ଟ ବିଏମସିକୁ ହସ୍ତାନ୍ତର କଲା ଆରଏମଆରସି: ସ୍ବାସ୍ଥ୍ୟ ଟିମ୍‌ର ତର୍ଜମା

3/08/2020 at 7:02 PM

ଭୁବନେଶ୍ବର୩/୮: ଭୁବନେଶ୍ୱରରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡ଼ି । ଅର୍ଥାତ କରୋନାରେ ସଂକ୍ରମଣ ହୋଇବି ଏହି ଲୋକମାନେ ନିଜର ପ୍ରତିରୋଧକ ଶକ୍ତି ବୃଦ୍ଧି ଯୋଗୁଁ ସୁସ୍ଥ ହୋଇଛନ୍ତି । ବିନା କରୋନା ଔଷଧ ଖାଇ ନିଜ ଦେହରେ କରୋନା ଭୁତାଣୁ ଅଛି ନଜାଣି ସାମାନ୍ୟ ଥଣ୍ଡାକାଶ ଭାବି ଦେଶୀ ଉପଚାର କରି ସୁସ୍ଥ ହୋଇଛନ୍ତି ଏତେ ସଂଖ୍ୟକ ଲୋକ । ତାହା ପୁଣି ଜୁଲାଇ ମାସ ସୁଧା । ଭୁବନେଶ୍ବରରେ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ  ଏହି ତଥ୍ୟ ସାମ୍ନାକୁ ଆସିଛି ।

ଜୁଲାଇ ମାସରେ ଭୁବନେଶ୍ବରରେ ହୋଇଥିବା ସେରୋ ସର୍ଭେରୁ ଜଣା ପଡିଛି ଯେ ୧.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ୨୫ ଶହ ଲୋକଙ୍କ ଉପରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ସେରୋ ସର୍ଭେ ଅନୁଯାୟୀ ପ୍ରାୟ ୩୮ ଜଣଙ୍କ ଦେହରେ କରୋନା ଆଣ୍ଟିବଡ଼ି ସୃଷ୍ଟି ହୋଇଛି।  ଯେହେତୁ ଭୁନେଶ୍ବରର ଲୋକସଂଖ୍ୟା ୧୦ ଲକ୍ଷରୁ ଅଧିକ ସେଥିପାଇଁ ଆଣ୍ଟିବଡି ଥିବା ଲୋକଙ୍କ ସଂଖ୍ୟା ୨୦ ହଜାର ଡେଇଁବ ବୋଲି କୁହାଯାଉଛି । ଆରଏମଆରସି ଓ ଆଇଏଲଏସ ପକ୍ଷରୁ  କରାଯାଇଥିବା କମ୍ୟୁନିଟି ସେରୋ ସର୍ଭେରୁ ଏହି ତଥ୍ୟ ହସ୍ତଗତ ହୋଇଛି । ଜୁନ ମାସରେ ଏହି ସର୍ଭେ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେର ରିପୋର୍ଟ ବିଏମସିକୁ ହସ୍ତାନ୍ତର କରିଛି ଆରଏମଆରସି । ସର୍ଭେ ରିପୋର୍ଟ ପାଇବା ପରେ ବିଏମସିର ସ୍ବାସ୍ଥ୍ୟ ଟିମ୍ ଏହାକୁ ତର୍ଜମା କରୁଛି । ସେପଟେ ଭୁବନେଶ୍ବରରେ ଅଗଷ୍ଟ ୧୬ରୁ ପୁଣି ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ। ଜୁଲାଇ ମାସରେ ହୋଇଥିବା ସଂକ୍ରମଣ ଏବଂ ଆଣ୍ଟିବଡ଼ି ସୃଷ୍ଟି ଉପରେ ଏହି ସର୍ଭେ କରାଯିବ । ସେରୋ ସର୍ଭ ରିପୋର୍ଟ ଆଧାରରେ ଖୁବଶିଘ୍ର ବିଏମସି ତାର ରଣନୀତି ପ୍ରସ୍ତୁତ କରିବ ବୋଲି ଜଣା ପଡିଛି ।

ସେପଟେ ଆଜିଠାରୁ ଗଞ୍ଜାମରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେଉଛି। ୨୫ ଶହ ସାମ୍ପୁଲକୁ ନେଇ ଗଞ୍ଜାମ ଜିଲ୍ଲାରେ ହେବ ସର୍ଭେ । ସେହିପରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଉପରେ ତର୍ଜମା ପାଇଁ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରରେ ୯୦୦ କମ୍ୟୁନିଟି ଓ ୬୦୦ ହାଇରିସ୍କ ଗ୍ରୁପ୍ ଙ୍କ ଠାରେ ସେରୋ ସର୍ଭେ କରାଯିବ।

   Related Posts