Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ନଦୀର ସ୍ରୋତ ଶୁଖି ଗଲାଣି, ଆଗକୁ ସ୍ଥିତି ହେବ ଗମ୍ଭୀର, ସମାଧାନ ପାଇଁ ରାଜ୍ୟସଭାରେ ପ୍ରସ୍ତାବ ଦେଲେ ବିଜେଡି ସାଂସଦ ସୁଭାଷ ସିଂହ

29/11/2021 at 11:22 PM

ଭୁବନେଶ୍ଵର ୨୯।୧୧: ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ବିଜୁ ଜନତା ଦଳର ସାଂସଦ ସୁଭାଷ ସିଂହ ବଡ ପ୍ରସ୍ତାବ ରଖିଛନ୍ତି। ରାଜ୍ୟରେ ଅନେକ ନଦୀର ଜଳ ସ୍ରୋତ ଶୁଖି ଯାଉଛି। ନଦୀ ସ୍ରୋତ ଶୁଖିବା ଆଗକୁ ଗମ୍ଭୀର ସ୍ଥିତି ସୃଷ୍ଟି କରିବ। ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାଂସଦ ସିଂହ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ସୋମବାର ବିଜେଡି ସାଂସଦ ସୁଭାଷ ସିଂହଙ୍କୁ ପ୍ରସ୍ତାବ ରଖିବାକୁ ଅନୁମତି ଦେଇଥିଲେ। ଗୃହରେ କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ନଦୀ ଜଳର ସ୍ରୋତ ଶୁଖି ଯିବା ଏବଂ ଏହାର ସମାଧାନ ଦିଗରେ ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି ଯେ, ଓଡିଶାର ୭୦ ଭାଗ ନଦୀର ଜଳସ୍ରୋତ ଆଉ ନାହିଁ। ଭାରତ ବର୍ଷରେ ମଧ୍ୟ ସମାନ ସ୍ଥିତି। ବିଶେଷ କରି ୮୦ ପ୍ରତିଶତ ନଦୀର ମୁଖ୍ୟ ସ୍ରୋତ ଯେଉଁଠୁ ପାଣି ପ୍ରବାହିତ ହୋଇ ନଦୀ ପ୍ରବାହିତ ହୋଇଥାଏ ତାହା ବନ୍ଦ ହେବାକୁ ବସିଲାଣି। ଏହାର ସବୁଠୁ ବଡ କାରଣ ଗଛକାଟ ହେବା ଏବଂ ଜଙ୍ଗଲ ହ୍ରାସ ପାଇବା ବୋଲି ସାଂସଦ କହିଛନ୍ତି। ଏପରିକି ଏହାର ସମାଧାନ ମାର୍ଗ ମଧ୍ୟ ଜଣାଇଛନ୍ତି। ନିମ୍ନରେ ଶୁଣନ୍ତୁ କଣ କହୁଛନ୍ତି ସାଂସଦ ସୁଭାଷ ସିଂହ।

   Related Posts