Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଅଧିକ ପ୍ରଦୂଷିତ ଅଞ୍ଚଳରେ କରୋନା ସଂକ୍ରମଣର ବିପଦ ବେଶୀ : ରିସର୍ଚ୍ଚ

11/04/2020 at 8:03 AM

ନୂଆଦିଲ୍ଲୀ ୧୧।୪: କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ଲକ୍ଷ ଲକ୍ଷ ଲୋକ ଏହି ଭାଇରସ୍ ଦ୍ବାରା ସଂକ୍ରମିତ ହେବା ସହ ମୃତ୍ୟୁ ମଧ୍ୟ ହେଉଛି । ଇଟାଲୀ, ଆମେରିକା ପରି ବିକଶିତ ଦେଶରେ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ସମେତ ସମଗ୍ର ବିଶ୍ବରେ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୫୦ ହଜାରରୁ ଅଧିକ ହୋଇଛି । ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୩୭୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ୩ ଲକ୍ଷ ୬୮ ହଜାର ୬୬୮ ଜଣ ମଧ୍ୟ ଚିକିତ୍ସା ଦ୍ବାରା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ସମୟରେ କେତେକ ଅନୁସନ୍ଧାନକାରୀ ବିଶ୍ବାସ କରୁଛନ୍ତି ଯେ ବାୟୁ ପ୍ରଦୂଷଣ ସହିତ ସଂକ୍ରମଣର ସଂପର୍କ ରହିଛି । ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ପାଇଛନ୍ତି ଯେ ବାୟୁ ପ୍ରଦୂଷଣ ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି ଅଧ୍ୟୟନ ହାର୍ଭାର୍ଡ ୟୁନିଭରସିଟିର ମେଡରିକ୍ସରେ ପ୍ରକାଶିତ ହୋଇଛି । ଏହି ଅଧ୍ୟୟନରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯାନବାହନ, କାରଖାନାରୁ ବାହାରୁଥିବା PM 2.5 (କଣିକା ପଦାର୍ଥ) କଣିକା ବାୟୁରେ ମିଶିଯାଇଥାଏ । ଏହି ପ୍ରଦୂଷିତ ବାୟୁ ଆମ ଫୁସଫୁସ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ । ଏହାସହ ବାୟୁରେ ଥିବା ଏହି କ୍ଷତିକାରକ କଣିକା ମଧ୍ୟ କରୋନା ଭାଇରସ୍ ରୋଗୀଙ୍କୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ ।

ସୂଚନା ଅନୁଯାୟୀ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, “ଆମେ ଅନୁସନ୍ଧାନରେ ପାଇଛୁ ଯେ PM 2.5 କଣିକାର ମାତ୍ର 1μg / m3 ବୃଦ୍ଧି କରୋନା ଭାଇରସ୍ ରୋଗୀଙ୍କ ସହ ମଧ୍ୟ ଜଡିତ । ଏହି କାରଣରୁ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହାର ୧୫%କୁ ବୃଦ୍ଧି ଦେଖାଦେଇଛି ।

ଅନୁସନ୍ଧାନକାରୀମାନେ ଆମେରିକାର ପ୍ରାୟ ୩୦୦୦ ଅଞ୍ଚଳର ବାୟୁ ପ୍ରଦୂଷଣ ତଥ୍ୟ ଯାଞ୍ଚ କରିଥିଲେ । ସେମାନେ ବାୟୁ ପ୍ରଦୂଷଣ ଅଞ୍ଚଳରେ ରହୁଥିବା ଆମେରିକାର ୯୮% ଜନସଂଖ୍ୟାକୁ ସେହି ଅଞ୍ଚଳଗୁଡିକର ସଂଖ୍ୟା ସହ ମିଶାଇଲେ ଯେଉଁଠାରେ କରୋନା ଭାଇରସ୍ ସଂକ୍ରମଣ ସର୍ବାଧିକ ରହିଛି ।

କେବଳ ଏତିକି ନୁହେଁ, ଅନୁସନ୍ଧାନକାରୀମାନେ ଦାରିଦ୍ରତା, ଧୂମପାନ ସ୍ତର, ମେଦବହୁଳତା ଏବଂ ହସ୍ପିଟାଲ ବେଡର ଉପଲବ୍ଧତା ଭଳି ପାରାମିଟରଗୁଡିକୁ ମଧ୍ୟ ପରୀକ୍ଷା କରିଥିଲେ । ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଏବଂ ଅନୁସନ୍ଧାନ ପରେ ସେମାନେ ଜାଣିବାକୁ ପାଇଲେ ଯେ ଦୀର୍ଘ ଦିନ ଧରି ବାୟୁ ପ୍ରଦୂଷଣରେ ରହୁଥିବା ଲୋକମାନେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହେବାର ସମ୍ଭାବନା ବଢିଥାଏ ।

ହାର୍ଭାର୍ଡ ଡାଟା ସାଇନ୍ସ ଇନିସିଏଟିଭର ସହ-ନିର୍ଦ୍ଦେଶକ ଫ୍ରାସେସ୍କୋ ଡୋମିନିକି କହିଛନ୍ତି ଯେ ଆମେ ପାଇଛୁ ଯେ, ବାୟୁ ପ୍ରଦୂଷଣ ମନୁଷ୍ୟ ଶରୀରର ଫୁସଫୁସ ଏବଂ ହାର୍ଟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହାଦ୍ବାରା କରୋନା ଭାଇରସ୍ ସଂକ୍ରମଣ ଏବଂ କରୋନା ରୋଗୀଙ୍କ ମୃତ୍ୟୁ ଆଶଙ୍କା ବଢିଯାଇଥାଏ ।

   Related Posts