ସ୍ଥିତି ଓ ଭବିଷ୍ୟତ ନେଇ ଆଶଙ୍କା: ଦୁଗ୍ଧ ଉତ୍ପାଦନ ହ୍ରାସର ପ୍ରଭାବରେ ଓମ୍‌ଫେଡ୍‌ କ୍ଷୀର ଦର ବୃଦ୍ଧି, ଖାଉଟି ହନ୍ତସନ୍ତ

Published By : Prameya-News7 Bureau | March 09, 2020 IST

ସମ୍ବଲପୁର୯/୩: ବିପଦରେ ଓଡିଶାର ଗୋସମ୍ପଦ। ଏହାର ସିଧା ପ୍ରଭାବ ପଡିଛି ଓମଫେଡ ଉପରେ। ଅଧାରେ ପହଞ୍ଚିଲାଣି ଦୁଗ୍ଧ ଉତ୍ପାଦନ। ତେଣୁ ମାର୍ଚ୍ଚ ୧ରୁ ନୀଳ ରଙ୍ଗର ପ୍ୟାକେଟ୍‌ରେ ଆସୁଥିବା କ୍ଷୀର ବନ୍ଦ କରିଛି ଓମ୍‌ଫେଡ୍। ସେପଟେ ନାଲି ରଂଗର ପ୍ୟାକଟ୍ କ୍ଷୀରରୁ ଘିଅ କାଢ଼ି ପ୍ରୋଟିନ୍ ମିଶାଯାଉଥିବା ଅଭିଯୋଗ ହୋଇଛି। ସେପଟେ କ୍ଷୀର ଲିଟର ପିଛା ୩ ଟଙ୍କା ବଢ଼ିଲାଣି । ଏସବୁକୁ ନେଇ ଖାଉଟି ମହଲରେ ଅସନ୍ତୋଷ ଦେଖାଦେଇଛି।

{"id":235628,"sizeSlug":"large"}

ରାଜ୍ୟରେ କମୁଛି ଦୁଗ୍ଧ ଉତ୍ପାଦନ। ମାର୍ଚ୍ଚ ପହିଲାରୁ ଓମଫେଡ୍  ନୀଳ ରଙ୍ଗର ପ୍ୟାକେଟ୍ କ୍ଷୀର ଯୋଗାଣ ବନ୍ଦ କରିଛି। ସମ୍ବଲପୁର ସମଲେଶ୍ବରୀ ଦୁଗ୍ଧ ଉତ୍ପାଦନ କେନ୍ଦ୍ରକୁ ପାୟ ୫୦ ପ୍ରତିଶତ କମ ଦୁଗ୍ଧ ଆସୁଥିବା ଜଣାପଡ଼ିଛି। ପୂର୍ବରୁ ଦୈନିକ ୧ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ କରି ଚାଷୀ ସମବାୟ କେନ୍ଦ୍ରରେ ବିକ୍ରି କରୁଥିଲା। ହେଲେ ଏବେ ତାହା ଅଧାରେ ପହଞ୍ଚିଲାଣି। ଠିକ୍ ସମୟରେ ଦାନା ଯୋଗାଣ ନହେବା, କୃମି ନିରାକରଣ ଠିକ ସମୟରେ ନହେବା, ଟିକାକରଣ ହେଉନଥିବା ସାଙ୍ଗକୁ , ଫିଲ୍ଡ ଷ୍ଟାଫର ଅଭାବ ଆଦି କାରଣ ପାଇଁ ଦୁଗ୍ଧ ଉତ୍ପାଦନ କମୁଥିବା ଜଣାପଡ଼ିଛି ।

{"id":235629,"sizeSlug":"large"}

ନୂଆ ପିଢ଼ୀ ମଧ୍ୟ ଗୋପାଳନରୁ ଦୂରେଇ ଯାଉଛନ୍ତି । ତେଣୁ ଆଗାମୀ ଦିନରେ ଓମଫେଡ୍‌ର ଭାଗ୍ୟ କଣ ହେବ ତାକୁ ନେଇ ଆଶଙ୍କା ଦେଖାଦେଲାଣି। ଓମଫେଡର ଟୋକନ ଦୁଗ୍ଧ ଲିଟର ପିଛା ୩୮ ଟଙ୍କା ୬୫ ପଇସାରୁ ୪୦ ଟଙ୍କାକୁ ବୃଦ୍ଧି ପାଇଛି। ପ୍ରିମିୟମ ଦୁଗ୍ଧ ଲିଟର ପିଛା ୪୩ ଟଙ୍କା୭୦ ପଇସାରୁ ୪୬ ଟଙ୍କା ଓ  ଗୋଲ୍ଡ ପ୍ରିମିୟମ ଲିଟର ପିଛା ୪୨ ଟଂକା ୭୦ ପଇସାରୁ ୪୬ ଟଙ୍କାକୁବୃଦ୍ଧି ପାଇଛି।

{"id":235630,"sizeSlug":"large"}

ନୀଳ ରଙ୍ଗର ପ୍ୟାକେଟ ବନ୍ଦ ହେବା ପରେ ଏହାର ସିଧା ପ୍ରଭାବ ପଡିଛିଖାଉଟିଙ୍କଉପରେ ।କାରଣ ନୀଳ ରଙ୍ଗର ପ୍ୟାକେଟ ନାଲିଠାରୁ ୩ ଟଙ୍କା କମ୍ ରୁହେ ।  ସବୁଠାରୁ ଉଦବେଗର ବିଷୟ ହେଉଛି ନାଲି ରଙ୍ଗର ପ୍ୟାକଟରୁ ଘିଅ ଅଂଶକୁ କାଢି ଦେଇ ପ୍ରୋଟିନ ପାଉଡର ମିଶାଇ ବଜାରକୁ ଛଡାଯାଉଛି ଯାହାକି ମଧୁମେହ ରୋଗୀଙ୍କ ପାଇଁ ବିପଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.