Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଅଟକାଇବାକୁ ଚେଷ୍ଟା କରୁଥିଲେ ଆରଆଇ, ଚାପି ଦେଇ ଚମ୍ପଟ୍ ମାରିଲା ଡମ୍ଫର

4/03/2021 at 9:17 PM

ଜଳେଶ୍ଵର ୦୪।୦୩: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଠାରେ ବାଲି ମାଫିଆଙ୍କ ଉନ୍ମକ୍ତ କାଣ୍ଡ। ଚୋରା ବାଲି ଗାଡ଼ିକୁ ଅଟକ କରିବାକୁ ଚେଷ୍ଟା କରୁଥିବା ବେଳେ ଡମ୍ପର ଚକା ତଳେ ଚାପି  ହୋଇ ଆରଆଇ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆରଆଇ ହେଲେ ଓଲମରା ସର୍କଲର ଦୀଲ୍ଲିପ ଚାନ୍ଦ। ଘଟଣା ସ୍ଥଳରୁ ଡମ୍ପର ଫେରାର ମାରିଛି।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧୀନରେ ପ୍ରତେକ ଦିନ ଶହ ଶହ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଛି। ତେବେ ଜଳେଶ୍ୱର ତହସିଲ ପକ୍ଷ୍ୟରୁ ଗୁରୁବାର ଧରପଗଡ଼ ଚାଲିଥିଲା ବେଳେ OD 01 AJ 5113 ନମ୍ବର ବିଶିଷ୍ଟ ଏକ ଡମ୍ପର ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ କରୁଥିଲା।

ସେତିକି ବେଳେ ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ଵ୍ରମ ଓ ଆର .ଆଇ.ଦିଲ୍ଲୀପ ଚାନ୍ଦ ଡମ୍ପରକୁ ଜଳେଶ୍ୱର ଓ ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥର ଆମ୍ବିଳିଅଠା ଛକ ନିକଟରେ ଅଟକିବାକୁ  ଚେଷ୍ଟା କରୁଥିଲେ। ତେବେ ଜାଣିଶୁଣି ଡମ୍ପର ଡ୍ରାଇଭର ଆର ଆଇଙ୍କୁ ଚପାଇ ଦେବାକୁ ଉଦ୍ୟମ କରୁଥିଲା ବେଳେ ଚକଟି ପାଦ ଉପରେ  ଚାଲି ଯାଇ ଥିଲା।

ଆର.ଆଇ ଗୁରୁତର ହୋଇ ଥିଲା ବେଳେ ସ୍ଥାନୀୟ ଲୋକ ଓ ତହସିଲ କର୍ମଚାରୀ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଆସିଥିବା ବେଳେ ଘଟଣା ସ୍ଥଳରୁ ଡମ୍ପର ଫେରାର ହୋଇଯାଇଥିବା ଜଣାପଡ଼ିଛି।

   Related Posts