ଲକଡାଉନ୍‌ ନିୟମ ଭାଙ୍ଗି ପ୍ରେମୀ ଯୁଗଳ ଫେରାର : ମାମଲା ରୁଜ୍ଜୁ

Published By : Prameya-News7 Bureau | April 09, 2020 IST

କୋଝିକୋଡ଼ ୦୯/୦୪: କେରଳ କୋଝିକୋଡ଼ ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି| ଦେଶରେ ଲକଡାଉନ ସମୟରେ କୋଝିକୋଡ଼ ନିକଟସ୍ଥ ଥାମରାସେରିରୁ ଏକ ପ୍ରେମୀ ଯୁଗଳ ଘରୁ ଫେରାର ହୋଇଯାଇଛନ୍ତି | ଲକଡାଉନ୍ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି| ଗତ ଶନିବାର ଦିନ ଏହି ଘଟଣା ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି| ଶନିବାର ଦିନ ଜଣେ ୨୧ ବର୍ଷ ବୟସ୍କା ଯୁବତୀ ନିଜର ୨୩ ବର୍ଷ ବୟସ୍କ ପ୍ରେମିକ ସହ ଘରୁ ଫେରାର ହୋଇଯାଇଛନ୍ତି |

ଉଭୟ ଅଲଗା ଅଲଗା ଧର୍ମର ହୋଇଥିବା ଯୋଗୁଁ ଯୁବତୀଙ୍କ ପରିବାର ଉଭୟଙ୍କ ବିବାହ ପାଇଁ ରାଜି ନଥିଲେ| ସେଥିପାଇଁ ପ୍ରେମୀଯୁଗଳ ଏହିଭଳି ପଦକ୍ଷେପ ନେଇଛନ୍ତି| ଯୁବତୀଙ୍କ ପିତା ଥାନାରେ ନିଖୋଜ ମାମଲା ରୁଜ୍ଜୁ କରିଥିଲେ| ଉଭୟ ପୋଲିସ ପାଖରେ ହାଜର ହୋଇଥିଲେ| ଏହାପରେ ଉଭୟଙ୍କୁ ମାଜିଷ୍ଟ୍ରେଟଙ୍କ ପାଖରେ ପେଶ କରାଯାଇଥିଲା|

ଯେହେତୁ ଯୁବକ ଯୁବତୀ ନାବାଳକ ନାବାଳିକା ନୁହନ୍ତି ସେଥିପାଇଁ ଉଭୟଙ୍କୁ ଛାଡି ଦିଆଯାଇଥିଲା| ଯୁବତୀ ଅଦାଲତରେ କହିଥିଲେ ଯେ ସେ ନିଜ ଇଛାରେ ନିଜ ପ୍ରେମିକଙ୍କ ସହ ଘର ଛାଡି ଯାଇଥିଲେ| ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ପୋଲିସ ଲକଡାଉନ ନିୟମ ଉଲଙ୍ଘନ କରିଥିବା ଯୋଗୁଁ ଉଭୟଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.