କେବେ ଅବସର ଗ୍ରହଣ କରିବେ କୋହଲି ? ଜବାବ ରଖିଲେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍
3/04/2020 at 8:23 PM

ନୂଆଦିଲ୍ଲୀ, ୦୪|୦୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ କେଭିନ ପିଟରସେନଙ୍କ ସହ ୧ ଘଣ୍ଟାର ଇନଷ୍ଟାଗ୍ରାମ ଚାଟରେ ନିଜ ଅବସରକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ସେ କେତେଦିନ ଯାଏଁ କ୍ରିକେଟ ଖେଳିବାକୁ ଚାହାଁନ୍ତି ପ୍ରକାଶ କରିଛନ୍ତି ।
ବିରାଟ କହିଛନ୍ତି ଯେ, ସେ ଅବସର କଥା ଚିନ୍ତା କରିନାହାଁନ୍ତି । ସେ ୯ ବର୍ଷ ଧରି ତିନୋଟି ଫର୍ମାଟରେ ଖେଳୁଛନ୍ତି । ଏହାସହ ଦୀର୍ଘ ୬ ବର୍ଷ ଧରି ଆଇପିଏଲ ମଧ୍ୟ ଖେଳୁଛନ୍ତି । ତେଣୁ ଅବସର ବାବଦରେ କହିବା ସହଜ ନୁହେଁ ବୋଲି ସେ କହିଛନ୍ତି । କିନ୍ତୁ ଆଗାମୀ ବିଶ୍ୱକପ ଯାଏଁ ସେ ଦଳରେ ସକ୍ରିୟ ରହିବେ । ସେତେବେଳେ ହିଁ କେଉଁ ଫର୍ମାଟରେ ଖେଳିବେ ଓ ନାହିଁ ତାହା ଚିନ୍ତା କରିବେ ।

ଟିମ୍ ଇଣ୍ଡିଆର ଅଧିନାୟକ ଆହୁରି କହିଛନ୍ତି ଯେ, ଗତ ଦୁଇ ତିନୋଟି ସିଜିନରେ ସେ ବହୁତ କ୍ରିକେଟ ଖେଳିଛନ୍ତି । କିନ୍ତୁ ମଝିରେ ମଝିରେ ଟି୨୦ ଓ ଦିନିକିଆ ସିରିଜ ପାଇଁ ବ୍ରେକ ନେଇଛନ୍ତି । ତେବେ ଟେଷ୍ଟ୍ କ୍ରିକେଟକୁ ସେ କେବେ ବି ମିସ୍ କରିନାହାଁନ୍ତି । ଟି୨୦ ଫର୍ମାଟରେ ଅଳ୍ପ ସମୟରେ ନିଜର ଫର୍ମ ଦେଖାଇବାକୁ ପଡେ । ଏପରି ଖେଳିବାକୁ ସେ ପସନ୍ଦ କରନ୍ତି ନାହିଁଁ । ଏବେ ବର୍ଷକୁ ଅଧିକ ମ୍ୟାଚ ଖେଳିବାକୁ ପଡୁଛି । ଯାତ୍ରାରେ ମଧ୍ୟ ସେ କ୍ଲାନ୍ତ ହୋଇପଡୁଛନ୍ତି । ଯାହାକୁ ଆଡଜଷ୍ଟ କରିବା କଷ୍ଟକର ହେଉଛି । ତେବେ ଏହା ଉପରେ ବୋର୍ଡ ଆଗାମୀ ଦିନରେ ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।