Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୫୦ ଦିନ ଭିତରେ ପ୍ରକାଶ ପାଇବ CBSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ

14/05/2020 at 9:52 PM

ନୂଆଦିଲ୍ଲୀ୧୪/୫: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ କହିଛନ୍ତି ଯେ, ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦଶମ  ଏବଂ ଦ୍ବାଦଶ ପରୀକ୍ଷାର ଖାତା ଦେଖା ଚାଲିଛି। ୫୦ ଦିନ ଭିତରେ ସମସ୍ତ ଖାତା ଦେଖା ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଖୁବ ଶୀଘ୍ର ପରୀକ୍ଷାର ଫଳାଫଳ ବାହାରିବ।

ଗୁରୁବାର ଡ. ନିଶଙ୍କ  ଦେଶର ସମସ୍ତ ଶିକ୍ଷକଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ଛାତ୍ର ଓ ଅଭିଭାବକଙ୍କ ସେ ଆଲୋଚନା କରି ସାରିଛନ୍ତି। ଏକ ପ୍ରଶ୍ନରେ ନିଶଙ୍କ କହିଛନ୍ତି ଯେ, ଉତ୍ତର ଦିଲ୍ଲୀ ବ୍ୟତୀତ ପୁରା ଦେଶରେ ଦଶମ ପରୀକ୍ଷା  ଶେ​‌ଷ ହୋଇଛି। ଯେଉଁ ସ୍ଥାନମାନଙ୍କରେ ପରୀକ୍ଷା ଶେଷ ହୋଇଛି। ସେହି ସ୍ଥାନମାନଙ୍କରେ ଖାତା ଦେଖା ଚାଲିଛି ବୋଲି ନିଶଙ୍କ କହିଛନ୍ତି। ସେଥିପାଇଁ ଦେଶରେ ୩୦୦୦ ହଜାର ମୂଲ୍ୟାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଶିକ୍ଷକମାନେ ଖାତା ଦେଖୁଛନ୍ତି, ସେମାନେ ମଧ୍ୟ ଅନଲାଇନ୍‌ରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ କରୋନା ମହାମାରୀ କାରଣ ଯୋଗୁଁ ଲକ୍‌ଡାଉନ୍ ଜାରି ହୋଇଛି। ସାମାନ୍ୟ ସ୍ଥିତିରେ ପରିବର୍ତ୍ତନ ଆସିଲେ କ୍ଲାସ ଆରମ୍ଭ ହେବ ବୋଲି ସେ କହିଛନ୍ତି।  ସେଥିପାଇଁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ପିଲାମାନଙ୍କ ଭବିଷ୍ୟତକୁ ନଜରରେ ରଖି ଏକ ଟାକ୍ସ ଫୋର୍ସ ଗଠନ  କରାଯାଇଛି । ଏହି ଟାକ୍ସଫୋର୍ସ ସୁପାରିଶ୍‌ରେ ଗାଇଡ୍‌ଲାଇନ ଜାରି ହୋଇଛି।

ଡ. ନିଶଙ୍କ କହିଛନ୍ତି ଯେ, ଗୋଟିଏ କ୍ଲାସରେ ୪୦ ପିଲା ନା ୩୦ ପିଲା ବସିବେ ତାହା ସ୍କୁଲ ଖୋଲିଲେ ନିଷ୍ପତ୍ତି ହେବ। ସ୍କୁଲ ଖୋଲା ହେଲେ ନୂଆ ନିୟମ ଜାରି ରହିବ। ଏହାସହ ଦେଶର ଶିକ୍ଷକ, ପିଲା ଓ ଅଭିଭାବକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।

   Related Posts