ସୁଶାନ୍ତଙ୍କ ମୃତ୍ୟୁ ସହ ୧୪କୋଟି ଟଙ୍କା ଡିଲ୍‌ର ଲିଙ୍କ୍ କ’ଣ? ମୃତ୍ୟୁର ୩ଦିନ ପୂର୍ବରୁ ସମସ୍ତଙ୍କ ଟଙ୍କା ସୁଝି କିଛି ସଙ୍କେତ ଦେଇଥିଲେ କି ଛିଛୋରେ ଷ୍ଟାର?

Published By : Prameya-News7 Bureau | June 18, 2020 IST

ମୁମ୍ବାଇ ୧୮/୬: ଜୁନ୍ ୧୪ତାରିଖ ରବିବାର ସୁଶାନ୍ତ ସିଂହ ରାଜପୁତ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ବଲିଉଡରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମୟରେ ତାଙ୍କ ହାଉସ୍ ଷ୍ଟାଫଙ୍କ ବୟାନ ସାମନାକୁ ଆସିଛି। ପୋଲିସକୁ ଦେଇଥିବା ବୟାନରେ ଷ୍ଟାଫ କହିଛନ୍ତି ଯେ ସୁଶାନ୍ତ ସୁଇସାଇଡ କରିବାର ୩ଦିନ ପୂର୍ବରୁ ତାଙ୍କ ପୂର୍ବ ବକାୟା ପେମେଣ୍ଟ କରି ଦେଇଥିଲେ। ସୁଶାନ୍ତ କହିଥିଲେ ଯେ ଆର୍ଥିକ କାରଣରୁ ଏବେ ତାଙ୍କ କେୟାର କରିପାରିବେ ନାହିଁ।

wp:core-embed/instagram {"url":"https://www.instagram.com/p/BwJLmVMlkIw/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/BwJLmVMlkIw/?utm_source=ig_embed
/wp:core-embed/instagram

ସୂଚନା ଅନୁଯାୟୀ ସୁଶାନ୍ତଙ୍କୁ ତାଙ୍କ ପୂର୍ବତନ ମ୍ୟାନେଜରଙ୍କ ସାହାଯ୍ୟରେ ୧୪କୋଟିର ଏକ ଓ୍ବେବସିରିଜ କଣ୍ଟ୍ରାକ୍ଟ ମିଳିବାର ଥିଲା। ଦିଶାଙ୍କର ମଧ୍ୟ ଜୁନ୍ ୮ତାରିଖରେ ମୃତ୍ୟୁ ହୋଇଯାଇଥିଲା। ସୁଶାନ୍ତ ଏବଂ ଦିଶାଙ୍କ ମଧ୍ୟରେ ମାର୍ଚ୍ଚ ମାସରେ ଦୁଇ ଥର କଥା ହୋଇଥିଲା। ଦିଶାଙ୍କ ମୃତ୍ୟୁ ପରେ ସେ ମାନସିକ ଚିନ୍ତାରେ ଥିଲେ। ଜଣେ ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ତଦନ୍ତରୁ ଜଣା ପଡ଼ିଛି ଯେ ଉଭୟଙ୍କର କୌଣସି ପ୍ରୋଜେକ୍ଟକୁ ନେଇ ହ୍ବାଟସଆପରେ ଦୁଇ ଥର କଥା ହୋଇଥିଲା। ଏହା ପରଠୁ ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା।

{"id":288083,"sizeSlug":"large"}

ସୁଶାନ୍ତଙ୍କ କେତେକ ନିକଟ ସମ୍ପର୍କୀୟ କହିଥିଲେ ଯେ ସେ ଆର୍ଥିକ ସମସ୍ୟା ଭୋଗୁଥିଲେ କାରଣ ତାଙ୍କ ହାତରୁ କିଛି ପ୍ରୋଜେକ୍ଟ ବାହାରି ଯାଇଥିଲା।

{"id":288085,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.