Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମାର୍ଚ୍ଚ ୧୬ ତାରିଖରୁ ରିଜର୍ଭ ବ୍ୟାଙ୍କ ଲାଗୁ କରିବ ନୂଆ ନିୟମ: ଏହି ଖବର ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ନିହାତି ଜରୁୁରୀ

15/03/2020 at 5:12 PM

ନୂଆଦିଲ୍ଲୀ୧୫/୩: ଡିଜିଟାଲ ଟ୍ରାଂଜାକ୍ସନରେ ହେଉଥିବା ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ ୧୬ ତାରିଖରୁ ଏକ ନିୟମ ଲାଗୁ କରିବେ। ଯାହାଫଳରେ କ୍ରେଡିଟ୍ ଓ କ୍ରେଡିଟ୍ କାର୍ଡର ଦୁରୁପଯୋଗ ଉପରେ ରୋକ ଲାଗି ପାରିବ। ୨୦୨୦ ମସିହା ଜାନୁଆରୀରେ ରିଜର୍ଭ ବ୍ୟାଙ୍କ ଅଧିସୂଚନାରେ ଜାରି କରିଥିଲେ। ଏହି ନିୟମ ଡେବିଟ୍- କ୍ରେଡିଟ୍ କାର୍ଡ( ଫିଜିକାଲ ଏବଂ ଭର୍ଚୁଆଲ) ଉପରେ ଲାଗୁ ହେବ।

ଯଦି ଆପଣ କ୍ରେଡିଟ୍ ଅଥବା ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଅନ୍ତତଃ ଗୋଟିଏ ଥର ଅନଲାଇନ ହେଉ ଅଥବା କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ କରାଇ ନିଅନ୍ତୁ। ନ ଚେତ ଆପଣଙ୍କ ଡେବିଟ୍ ବା କ୍ରେଡିଟ୍ କାର୍ଡ ଅଚଳ ହୋଇଯିବ। ଏଥିଲାଗି ଭାରତୀୟ ରିଜର୍ବ ବ୍ୟାଙ୍କ ଗତ ଜାନୁୟାରୀ୧୫ ତାରିଖରେ ନୋଟିଫିକେସନ କରିଛନ୍ତି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଗ୍ରାହକ କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ କରୁନାହାନ୍ତି ତେବେ ତାଙ୍କ ଲାଗି ଏଭଳି କାର୍ଡର କୌଣସି ଅର୍ଥ ନାହିଁ ବୋଲି ବୁଝାଯିବ।

ଏହି ଟେକ୍ନୋଲଜି ଯୋଗୁ କାର୍ଡକୁ ଟ୍ରାଞ୍ଜାକ୍ସନ ଲାଗି ସ୍ବିପ୍ପ୍‌ କରିବାର ଆବଶ୍ୟକତା ନାହିଁ। ପଏଣ୍ଟ ଅଫ ସେଲ (ପିଓଏସ୍) ମେସିନରେ କାର୍ଡ ଲଗାଇବା ମାତ୍ରେ ପେମେଣ୍ଟ ହୋଇଥାଏ। ଆରବିଆଇଙ୍କ ଗାଇଡ୍ ଲାଇନ ଅନୁସାରେ ଦିନକରେ ୫ ଥର କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ କରାଯାଇପାରେ। ଏଥିରେ ଥରକରେ ୨ହଜାର ଟଙ୍କା ପର୍ଯ୍ୟନ୍ତ ଲେନଦେନ ହୋଇପାରିଥାଏ। ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ ମାଧ୍ୟମରେ ଏହି ଟ୍ରାଞ୍ଜାକ୍ସନ ହୋଇଥାଏ।

ଦେଶରେ ବ୍ୟାଙ୍କମାନେ ଗ୍ରାହକଙ୍କ ସୁବିଧାଲାଗି ଅନେକ ପୂର୍ବରୁ କ୍ରେଡିଟ୍ ଓ ଡେବିଟ୍ କାର୍ଡର ପ୍ରଚଳନ କରିଥିଲେ। ତେବେ ଭାରତ ସରକାର ନୋଟ ବନ୍ଦୀ ଘୋଷଣା କରିବା ପରେ ଅନଲାଇନ୍ କାରବାରରେ ବୃଦ୍ଧି ହୋଇଛି। ସେହି ଅନୁସାରେ ଏପରି ବ୍ୟବସାୟକୁ ସୁଗମ କରିବା ଲାଗି ନୂଆ ନୂଆ ଟେକ୍ନୋଲଜିର ମଧ୍ୟ ଉପଯୋଗ ହେଉଛି।

   Related Posts